ବାଲେଶ୍ବର : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ବାଲେଶ୍ବରର ନୋସି ବିଜ୍ନେସ୍ ପାର୍କରେ ଆଜି ନୂଆ ମହିନ୍ଦ୍ରା ଫ୍ୟୁରିଓ-୭ ଟ୍ରକ୍କୁ ଉନ୍ମୋଚନ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଏହି ଯାନ ଓଡ଼ିଶା ବଜାରରେ ପ୍ରବେଶ କରିଛି ବୋଲି କଂପାନିର ବସ୍ ଓ ଟ୍ରକ୍ ଡିଭିଜନ୍ର ମୁଖ୍ୟ (ପୂର୍ବ) ଅନୁରାମ ଚତୁର୍ବେଦୀ କହିଛନ୍ତି। ଏହା ଏବେ କେନ୍ଦୁଝର ଜିଲ୍ଲାର ତାରିଣୀ ମୋଟର୍ସରେ ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହୋଇଛି।
ଶ୍ରୀ ଚର୍ତୁବେଦୀ କହିଛନ୍ତି ଯେ ଏହା ଅନ୍ୟ ଗାଡ଼ିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ବତନ୍ତ୍ର। ଡବଲ ଗ୍ୟାରେଣ୍ଟି ଏବଂ ଅଧିକ ମାଇଲେଜ୍ ସୁବିଧା ରହିଥିବା ବେଳେ ସେବା ଯୋଗାଇ ନପାରିଲେ ଟ୍ରକର ପୁନଃବିକ୍ରୟ ମୂଲ୍ୟ ଫେରସ୍ତ ସୁବିଧା ଅଛି। ମହିନ୍ଦ୍ରା ଫ୍ୟୁରିଓ-୭ରେ ଅତ୍ୟାଧୁନିକ ଟେଲିମାଟିକ୍ସ ଟେକ୍ନୋଲୋଜି ଖଞ୍ଜା ହୋଇଛି। ଅଧିକ ମାଇଲେଜ୍ ପାଅ, ଟ୍ରକ ଫେରାଅ କିମ୍ବା ପାଞ୍ଚବର୍ଷ ପରେ ଗ୍ୟାରେଣ୍ଟିଯୁକ୍ତ ପୁନଃ ବିକ୍ରି ମୂଲ୍ୟ ପାଇବା ଭଳି ଅସାଧାରଣ ଗ୍ରାହକ ମୂଲ୍ୟ ପ୍ରସ୍ତାବ ଦେଉଥିବା ନୂଆ ଫ୍ୟୁରିଓ-୭ ରେଞ୍ଜ୍ର ଟ୍ରକଗୁଡ଼ିକର ଉନ୍ମୋଚନ ଏହି ଶିଳ୍ପରେ ଏକ ମାଇଲଖୁଣ୍ଟ। ଏହାଛଡ଼ା ମହିନ୍ଦ୍ର ଫ୍ୟୁରିଓ-୭ରେ ରହିଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକ ମଧ୍ୟରେ ଚାଳକଙ୍କ ପାଇଁ ଆରାମଦାୟକ ସୁରକ୍ଷିତ କ୍ୟାବିନ୍ ବ୍ୟବସ୍ଥା ରହିଛି। ଯାହାଫଳରେ ଦୂର ବାଟକୁ ଯାତ୍ରା କଲେ ମଧ୍ୟ ଏତେଟା ଥକାପଣ ଲାଗିବନାହିଁ। ଉନ୍ନତ ପ୍ରଯୁକ୍ତିର ଲାଇଟ୍ ଲାଗିଥିବାରୁ ରାତିରେ ଗାଡ଼ି ଚଲାଇବାରେ ଅସୁବିଧା ହେବ ନାହିଁ। ଏହି ଟ୍ରକ୍ର ଦାମ୍ ୧୫ରୁ ୧୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହିନ୍ଦ୍ରାର ଏରିଆ ସର୍ଭିସ ମ୍ୟାନେଜର ବସନ୍ତ କୁମାର ପ୍ରଧାନ, ସେଲସ୍ ମ୍ୟାନେଜର ଚଞ୍ଚଲ ନାଥ, କେନ୍ଦୁଝର ତାରିଣୀ ମୋଟର୍ସର ମୁଖ୍ୟ ଡିଲର୍ ବିଜୟ କୁମାର ରାଉତ ଉପସ୍ଥିତ ଥିଲେ। ଏହି ଅବସରରେ ଆଗୁଆ ବୁକିଂ କରିଥିବା ଗ୍ରାହକମାନଙ୍କୁ କଂପାନି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।