ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ-୨୦୨୦ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ସୁଯୋଗ ଏବଂ ଓଡ଼ିଶାରୁ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୫ ଦିନିଆ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ର ଭିତ୍ତିକ ୧୬ଟି ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ଆଜିର ବୈଠକରେ ସ୍ଥିର ହୋଇଛି। ସେହି ବିଷୟ ଗୁଡ଼ିକ ମଧ୍ୟରେ ସହରାଞ୍ଚଳ ବିକାଶ, ଆଇଟି, ପୋଷାକ ଓ ବୟନ, ଆନୁଷଙ୍ଗିକ ଶିଳ୍ପ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଭ୍ରମଣ ବ୍ୟବସାୟ, ଖଣି ଏବଂ ଧାତବ, ଧାତୁ ଉତ୍ପାଦନ, ରସାୟନ, ପେଟ୍ରୋରସାୟନ ଓ ପ୍ଲାଷ୍ଟିକ, ଭିତ୍ତିଭୂମି, ସ୍ବାସ୍ଥ୍ୟସେବା, କ୍ରୀଡ଼ା, କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ବର, ବନ୍ଦର ଭିତ୍ତିକ ଶିଳ୍ପ, ଲଜିଷ୍ଟିକ୍ସ ପାର୍କ ଆଦି ରହିବ। ନଭେମ୍ବର ୩୦ରୁ ଏହି ୫ ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରୁ ନିର୍ଦ୍ଦିଷ୍ଟ ଭାବେ ଯେଭଳି ନିର୍ଯ୍ୟାସ ବାହାରିବ ତାହା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ସମସ୍ତ ବିଭାଗ ନିର୍ଦ୍ଦିଷ୍ଟ ବ୍ୟବସାୟିକ ମଡେଲ ବିକାଶ କରିବା ନିମନ୍ତେ ମୁଖ୍ୟ ସଚିବ କହିଛନ୍ତି। ସବୁ ବିଭାଗର ସମ୍ମିଳିତ ଉଦ୍ୟମରେ ଏହି ସମ୍ମିଳନୀର ଆୟୋଜନ ପାଇଁ ସେ ପରାମର୍ଶ ଦେଇଥିଲେ। ସମ୍ମିଳନୀର ସଫଳତା ପାଇଁ ଶିଳ୍ପ ବିଭାଗ ସହ ତାଳଦେଇ ପ୍ରତ୍ୟେକ ବିଭାଗ ଏଥିରେ ସକ୍ରିୟ ଯୋଗଦାନ ରଖିବାକୁ ଶ୍ରୀ ତ୍ରିପାଠୀ କହିଛନ୍ତି।
ମେକ୍ ଇନ୍ ଓଡ଼ିଶା ୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ, ଘରୋଇ ନିବେଶ ଆକୃଷ୍ଟ ମଡେଲ ବିକାଶ ପାଇଁ ପରାମର୍ଶ
/sambad/media/post_attachments/wp-content/uploads/2018/09/make-in-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)