ମୁମ୍ବାଇ : ଦେଶରେ ଯାତ୍ରା କ୍ରମଶଃ ବୃଦ୍ଧି ପାଉଥିବାବେଳେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗଇ ଦେବା ଲକ୍ଷ୍ୟରେ ଆଇସିସିଆଇ ଦେଶର ଅଗ୍ରଣୀ ଅନ୍ଲାଇନ ଟ୍ରାଭେଲ କଂପାନୀ ମେକ୍ମାଇଁଟ୍ରିପ ସହ ସହଯୋଗୀତା କରିଛି । ଏହି ବ୍ୟବସ୍ଥାରେ ବ୍ୟାଙ୍କ ଗ୍ରାହକଙ୍କୁ ୨ କିସମ କ୍ରେଡ଼ିଟ କାର୍ଡ଼ ମେକ୍ମାଇଁଟ୍ରିପ ଆଇସିସିଆଇ ବ୍ୟାଙ୍କ ପ୍ଲାଟିନମ୍ କ୍ରେଡ଼ିଟ୍ କାର୍ଡ଼ ଓ ମେକ୍ମାଇଁଟ୍ରିପ ଆଇସିସିଆଇ ବ୍ୟାଙ୍କ ସିଗ୍ନେଚର କ୍ରେଡ଼ିଟ କାର୍ଡ଼ ଯୋଗାଇ ଦେବ । ଏହି କାର୍ଡ଼ ଜନସାଧାରଣଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇ ଦେବାରେ ସହାୟକ ହୋଇପାରିବ । ମେକମାଇଁଟ୍ରିପ ମାଇଁକ୍ୟାସ ଜରିଆରେ ଗ୍ରାହକ ଅର୍ଥ ବ୍ୟୟ କଲେ ଏଥିରେ ଆବଶ୍ୟକ ସୁବିଧାସୁଯୋଗ ପାଇପାରିବେ । ମାଇଁକ୍ୟାସ ଆକାରରେ ଗ୍ରାହକ ଯେଉଁ ପଏଣ୍ଟ ଲାଭ କରିବେ ତାହାର ମୂଲ୍ୟ ୧ ଟଙ୍କା ରଖାଯାଇଛି । ଟ୍ରାଭେଲ ପୋର୍ଟଲରେ ବିମାନ ଯାତ୍ରା, ହୋଟେଲ ବୁକିଂ, ଛୁଟି କଟାଇବା ପାଇଁ ଏହି ପଏ ଉପଯୋଗ କରାଯାଇପାରିବ । ଭିସାପେ ୱେଭ କଣ୍ଟାକ୍ଟଲେସ ପ୍ରଯୁକ୍ତିି ଜରିଆରେ ଏହା ପରିଚାଳିତ । ଭାରତ ସମେତ ୪୮ଟି ଦେଶରେ ଏହି କାର୍ଡ଼ କାର୍ଯ୍ୟକାରୀ ହୋଇପାରିବ ।