ଏଣିକି ଆଇଆରସିଟିସି ସାଇଟ୍‌ରେ ଆଇଡି ଖୋଲିବା କଠିନ ହେବ; ନକଲି ଆଇଡି ଖୋଲିବା ସମୟ ଗଲା

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ନକଲି ଆଇଡି ଦ୍ୱାରା ହେଉଥିବା ଅସାଧୁ ରେଳ ଟିକେଟ୍‌କୁ ରୋକିବା ପାଇଁ ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌(ଆଇଆର୍‌ସିଟିସି) ଏକ ବିଶେଷ ପଦକ୍ଷେପ ନେବାର ନିଷ୍ପତ୍ତି ନେଇଛି। ଏଣିକି ଅନ୍‌ଲାଇନ୍‌ରେ ଆଇଡି ଖୋଲିବା କଷ୍ଟକର ବ୍ୟାପାର ହେବ।

ଗଣମାଧ୍ୟମ ରିପେର୍ଟରୁ ଜାଣିବାକୁ ମିଳିଛି ଯେ ଆଇଆରସିଟିସି େଓ୍ଵବସାଇଟ୍‌ରେ ହଜାର ହଜାର ନକଲି ଆକାଉଣ୍ଟ୍‌ ରହିଛି। ରେଳବାଇ ପକ୍ଷରୁ ଜାଣିବାକୁ ମିଳିଛି ଯେ ନକଲି ନାମ ଓ ଠିକଣା ଦେଇ ବହୁ ବ୍ୟବହାରକାରୀ ଆଇଆର୍‌ସିଟିସିରେ ଆଇଡି ଖୋଲିଛନ୍ତି। ଗୁଗୁଲ୍‌ରେ ବିଭିନ୍ନ ଆପ୍‌ ବ୍ୟବହାର କରି ଏହି ବ୍ୟବହାରକାରୀମାନେ ଅନେକ ସମୟରେ ତତ୍‌କାଳ ଟିକେଟ କରିବାରେ ମଧ୍ୟ ସମର୍ଥ ହେଉଛନ୍ତି। ଏହି ଟିକେଟ୍‌କୁ ସେମାନେ ଅଧିକା ଦରରେ ଚୋରାରେ ବିକୁଛନ୍ତି।

ଅନ୍‌ଲାଇନ୍‌ରେ ଆଡି ଖୋଲିବା ପ୍ରକ୍ରିୟାକୁ କଠିନ କରିବା ପାଇଁ ଆଇଆରସିଟିସି ବ୍ୟବହାରକାରୀଙ୍କୁ ସେମାନଙ୍କ ପରିଚୟ ପତ୍ର, ଡ୍ରାଇଭିଂ ଲଇସେନ୍ସ, ଭୋଟର କାର୍ଡ ଆଦି ମାଗିବା ସହ ଯାଞ୍ଚ୍‌ ମଧ୍ୟ କରିବ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅଗଷ୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୬-୧୭ ମସିହାରେ ଅନ୍‌ଲାଇନ୍‌ ଯୋଗେ ୬୦ ପ୍ରତିଶତ ରେଳବାଇ ଟିକେଟ୍‌ ହୋଇଥିବା ବେଳେ ୨୦୧୭-୧୮ ମସିହାରେ ୬୬ ପ୍ରତିଶତ ଟିକେଟ୍‌ ଅନ୍‌ଲାଇନ୍‌ରେ ହୋଇଛି।

ସମ୍ବନ୍ଧିତ ଖବର