କୋଜିକୋଡ୍: କୋଭିଡ୍-୧୯ ବିରୋଧ ଲଢ଼େଇ ପ୍ରତି ସହାୟତା ପ୍ରଦାନ କରିବା ଲାଗି ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ବିନା ମୂଲ୍ୟରେ ୧,୦୦,୦୦୦ କୋଭିଡ୍-୧୯ ଟିକା ଯୋଗାଇ ଦିଆଯିବ। ଗହଣା କାରିଗର, କର୍ମଚାରୀ, ନିବେଶକ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ସଦସ୍ୟଙ୍କ ବ୍ୟତୀତ ଯେଉଁମାନେ କୋଭିଡ୍ ସଂକ୍ରମଣ ପ୍ରତି ସମ୍ବେଦନଶୀଳ ସେମାନଙ୍କୁ ଏହି ଟିକା ଦିଆଯିବ। କଂପାନି ସିଏସ୍ଆର୍ କାର୍ଯ୍ୟକ୍ରମର ଏହା ଏକ ଅଂଶ। ଏ ସମ୍ପର୍କରେ ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ଲାଗି ଟିକାକରଣ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଜାତୀୟ ଟିକାକରଣ ଅଭିଯାନ ପ୍ରତି ଏହା ହେଉଛି ପ୍ରଥମ ପଦକ୍ଷେପ।
ଯେଉଁମାନଙ୍କ ପ୍ରତି ସଂକ୍ରମଣର ଅଧିକ ଭୟ ରହିଛି ସେମାନଙ୍କ ଟିକାକରଣ ଲାଗି ଆମେ ଆମର ସେବା ଓ ଭିତିଭୂମିକୁ ବ୍ୟବହାର କରିବୁ। ଦାତବ୍ୟ ସଂସ୍ଥା ଓ ସମାନ ଭାବନା ରଖୁଥିବା ଅନୁଷ୍ଠାନ ସହ ମିଶି ବୟସ୍କ ବ୍ୟକ୍ତି ଓ ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଲୋକମାନଙ୍କୁ ଚିହ୍ନଟ କରାଯିବ। ଏହି ଟିକାକରଣ କାର୍ଯ୍ୟକ୍ରମ ଲାଗି ଆମେ ୮ କୋଟି ଟଙ୍କାର ବ୍ୟବସ୍ଥା କରିଛୁ ବୋଲି ସେ କହିଛନ୍ତି। କଂପାନି ପକ୍ଷରୁ ଟିକାକରଣର ମହତ୍ବ ବିଷୟରେ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। କୋଭିଡ୍ ପ୍ରୋଟୋକଲ୍ ମାନିବା ଲାଗି ସେମାନଙ୍କୁ କୁହାଯାଉଥିବା ବେଳେ ଟିକାକରଣ ପ୍ରକ୍ରିୟାର ସୂଚନା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/malabar-gold.jpg)