ଭୁବନେଶ୍ବରରେ ମାଲାବାର ଗୋଲ୍‌ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ନୂଆ ଷ୍ଟୋର

ଭୁବନେଶ୍ବର: ଦେଶରେ ସୁନା ଓ ହୀରା ଗହଣାର ଅନ୍ୟତମ ପ୍ରମୁଖ ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ୍ ଡାଏମଣ୍ଡ୍‌ସ ଓଡ଼ିଶାରେ ଏହାର ପ୍ରଥମ ଷ୍ଟୋର ଭୁବନେଶ୍ବରରେ ଆଜି ଆନୁ‌ଷ୍ଠାନିକ ଭାବେ ଉଦ୍‌ଘାଟନ କରିଛି। ମାଲାବାର ଗ୍ରୁପ୍‌ ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ, ସହ-ଅଧ୍ୟକ୍ଷ ପି ଏ ଇବ୍ରାହିମ୍ ହାଜି, ଭାରତୀୟ ବ୍ୟବସାୟର ପ୍ରବନ୍ଧନ ନିର୍ଦ୍ଦେଶକ ଓ ଆସେର୍‌, ଅନ୍ତର୍ଜାତୀୟ ବ୍ୟବସାୟର ପ୍ରବନ୍ଧନ ନିର୍ଦ୍ଦେଶକ ଶ୍ୟାମଲାଲ ଅହମ୍ମଦ, ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଦ୍ଦୁର ସଲାମ୍‌ କେପି, ନ୍ୟାସନାଲ ରିଟେଲ ମୁଖ୍ୟ ପି କେ ସିରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଶିଷ୍ଟ ଅଭିନେତା ସବ୍ୟସାଚୀ ମିଶ୍ର ରୁପାଲି ଛକ ନିକଟରେ ନୂଆ ଷ୍ଟୋର୍‌ର ଉଦ୍‌ଘାଟନ କରିଛନ୍ତି।

ଭୁବନେଶ୍ବରର ଏହି ଅତ୍ୟାଧୁନିକ ସୋ’ରୁମ୍‌ରେ ବିଭିନ୍ନ ଡିଜାଇନର ଗହଣାର ବିକ୍ରି ଓ ବିକ୍ରି ପରବର୍ତ୍ତୀ ସୁବିଧା ଉପଲବ୍ଧ ହେବ। ଏଠାରେ ବିବାହ ଗହଣା, ପାରମ୍ପରିକ ଗହଣା, ସବୁଦିନ ପିନ୍ଧିହେବା ଭଳି ଗହଣା, ହୀରା ଓ ପ୍ଲାଟିନମ୍ ପ୍ରସ୍ତୁତ ଗହଣା ସମ୍ଭାର ପ୍ରଦର୍ଶିତ ହୋଇଛି। ଏଥିସହିତ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍‌ସର ବିଭିନ୍ନ ହାତତିଆରି ଡିଜାଇନ ଯଥା ହୀରା ଗହଣା ପାଇଁ ‘ମାଇନ୍‌’, କଟା ଯାଇ ନଥିବା ହୀରା ଗହଣା ପାଇଁ ‘ଏରା’, ଭାରତୀୟ ଐତିହ୍ୟ ସମ୍ଭଳିତ ଗହଣା ପାଇଁ ‘ଡିଭାଇନ୍‌’, ହାତ ତିଆରି ଗହଣା ସମ୍ଭାର ‘ଏଥିକ୍ସ’, ଦୁର୍ମୂଲ୍ୟ ରତ୍ନପଥର ଗହଣା ପାଇଁ ‘ପ୍ରେସିଆ’, ‘ଜୋଉଲ୍‌’, ଲାଇଫ୍‌ଷ୍ଟାଇଲ ଓ ପିଲାମାନଙ୍କ ଗହଣା ପାଇଁ ‘ଷ୍ଟାରଲେଟ୍‌’ ଆଦି ଏଠାରେ ଉପଲବ୍ଧ କରାଯାଇଛି। ବାହାଘର ଗହଣା କ୍ରୟ ଉପରେ ଷ୍ଟୋର ପକ୍ଷରୁ ସ୍ବତନ୍ତ୍ର ଅଫର ଅନୁସାରେ ୧୦ ପ୍ରତିଶତ ମୂଲ୍ୟ ଅର୍ଥ ଅଗ୍ରିମ ପଇଠ କରି ଗ୍ରାହକମାନେ ଗହଣା ବୁକ୍ କରିପାରିବେ। ବୁକିଂ ସମୟର ମୂଲ୍ୟ ବା ଗହଣା ନେବା ସମୟରେ ତାହାର ମୂଲ୍ୟ ମଧ୍ୟରୁ ଯାହା କମ୍ ହେବ ସେହି ଅନୁସାରେ କ୍ରୟ କରିପାରିବେ। କମ୍ପାନି ଆଗାମୀ ପାଞ୍ଚବର୍ଷରେ ସୋ’ରୁମ୍ ସଂଖ୍ୟା ୩ ଗୁଣ କରିବାକୁ ଯୋଜନା ରଖିଛି ବୋଲି ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଅହମ୍ମଦ କହିଛନ୍ତି। ଏହି ସୋ’ରୁମ୍ ଓଡ଼ିଶାର ଗ୍ରାହକଙ୍କୁ ସ୍ବତନ୍ତ୍ର ସେବା, ସୁବିଧା ଓ ଅତୁଳନୀୟ ରକମର ଗହଣା ଯୋଗାଇ ଦେବାକୁ ସକ୍ଷମ ହେବ‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର