ମାଲାବାରର ୩୦,୦୦୦ କୋଟିର ବ୍ୟବସାୟ

କୋଜିକୋଡ୍‌: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କାର ବ୍ୟବସାୟ କରଛି। ଗତବର୍ଷ ତୁଳନାରେ କଂପାନିର ବ୍ୟବସାୟ ୩୫% ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ କଂପାନି ୪୫ ହଜାର କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି। ଗତବର୍ଷ କଂପାନି ୩୧ଟି ନୂଆ ସୋ’ରୁମ୍‌ ଖୋଲିଥିବା ବେ‌ଳେ ୨୦୨୨ ଜାନୁଆରି ୧ ତାରିଖରେ ଏକକାଳୀନ ୨୨ଟି ସୋ’ରୁମ୍‌ ଖୋଲି ଇତିହାସ ସୃଷ୍ଟି କରିଥିଲା। ବର୍ତମାନ ମାଲାବାରର ୧୦ରୁ ଅଧିକ ଦେଶରେ ୨୭୬ଟି ‌ସୋ’ରୁମ୍ ରହିଥିବା ବେଳେ ପାଞ୍ଚଟି ଦେଶରେ ୧୪ଟି ଗହଣା ପ୍ରସ୍ତୁତି କାରଖାନା ରହିଛି। ୨୦୨୧-୨୨ରେ କଂପାନି ୫୨୦ କୋଟି ଟଙ୍କାର ଟିକସ ଭାରତରେ ପ୍ରଦାନ କରିଛି।

ଏହି ଅବସରରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ କହିଛନ୍ତି ଯେ ଆମ ଉତ୍ପାଦ ଡିଜାଇନ୍‌ର ମୂଳ‌ କେନ୍ଦ୍ରରେ ଆମେ ଗ୍ରାହକଙ୍କ ପସନ୍ଦକୁ ରଖିଥିବାରୁ ଏକ କଷ୍ଟକର ବର୍ଷରେ କଂପାନି ଏଭଳି ବିରଳ ସଫଳତା ପାଇଛି। ଆମେ ସାରା ବିଶ୍ବର ଗ୍ରାହକଙ୍କ ବିଶ୍ବାସ ଜିତିଛୁ। ଗତ ଦୁଇ ଦଶଦ୍ଧି ଧରି ଆମେ ସବୁଠାରେ କେବଳ ହଲମାର୍କ ଗହଣା ବିକ୍ରି କରୁଛୁ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ କଂପାନି ବଡ଼ ‌ଯୋଜନା ପ୍ରସ୍ତୁତ କରିଛି। କଂପାନି ଦେଶବିଦେଶରେ ୯୭ଟି ଷ୍ଟୋର୍ ଖୋଲିବ। ସେଥିରୁ ୬୦ଟି ଭାରତରେ ଖୋଲାଯିବ। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା‌ କଂପାନିର ମୋଟ ସୋ’ରୁମ୍ ସଂଖ୍ୟା ୩୭୩ରେ ପହଞ୍ଚିବ ଓ କଂପାନି ୧୩ଟି ଦେଶରେ ଏହାର ଉପସ୍ଥିତିକୁ ଦୃଢ଼ କରିପାରିବ।

ସମ୍ବନ୍ଧିତ ଖବର