ମୁମ୍ବାଇ: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ତେଲେଙ୍ଗାନାର ହାଇଦ୍ରାବାଦରେ ଏହାର ସର୍ବବୃହତ୍ ଗହଣା ଉତ୍ପାଦନ କାରଖାନା ଆରାମ୍ଭ କରାଯାଇଛି। ରଙ୍ଗା ରେଡ୍ଡି ଜିଲ୍ଲାର ମହେଶ୍ବରମ୍ର ଜେନେରାଲ୍ ପାର୍କରେ ୩.୪୫ ଲକ୍ଷ ବର୍ଗଫୁଟ୍ ସ୍ତାନ ଏହାକୁ ସ୍ଥାପନ କରାଯାଇଛି। ଏହା ହେଉଛି କମ୍ପାନିର ୧୪ଟି କାରଖାନା ମଧ୍ୟରେ ସର୍ବବୃହତ୍। ସେଥିରେ ଡିଜାଇନ୍ଠାରୁ ଆରମ୍ଭ କରି ରିଫାଇନିଂ, ଉତ୍ପାଦନ, ଗୁଣାତ୍ମକ ମାନ ପରୀକ୍ଷା, ହଲମାର୍କିଂ, ଗୋଦାମ ଓ ଯୋଗାଣ ଶୃଙ୍ଖଳା ପରିଚାଳନା ବ୍ୟବସ୍ଥା ରହିଛି।
ଏହାର ବାର୍ଷିକ କ୍ଷମତା ହେଉଛି ୪.୭ ଟନ୍ରୁ ଅଧିକ ସୁନା, ୧.୮ ଲକ୍ଷ କ୍ୟାରେଟ୍ ହୀରା ଗହଣା ଓ ୭୮ ଟନ୍ର ସୁନା ରିଫାଇନିଂ କ୍ଷମତା। କାରଖାନାରେ ୧୮ ରାଜ୍ୟରୁ ୨୭୫୦ରୁ ଅଧିକ କାରିଗରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କାରଖାନା ଉଦ୍ଘାଟନ ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ମାଲାବାର ଗ୍ରୁପ୍ ଅଧ୍ୟକ୍ଷ ଏମ୍ ପି ଅହମ୍ମଦ, ଉପାଧ୍ୟକ୍ଷ ଅବଦୁଲ ସଲାମ, ପରିଚାଳନା ନିର୍ଦେଶକ (ଭାରତ) ଅଶୀର ଓ ଏବଂ କାର୍ଯ୍ୟନିର୍ବାହୀ ନିର୍ଦେଶକ ନିଷାଦ ଏ କେ ଉପସ୍ଥିତ ଥିଲେ।