ଦୁବାଇ ୱାର୍ଲଡ୍‌ ଏକ୍ସପୋରେ ମାଲାବାର ଷ୍ଟଲ୍‌

ଭୁବନେଶ୍ବର: ଦୁବାଇରେ ଆୟୋଜନ କରାଯାଇଥିବା ୱାର୍ଲଡ୍‌ ଏକ୍ସପୋ ୨୦୨୦ରେ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ ଅଂଶଗ୍ରହଣ କରି ଭାରତର ଅଳଙ୍କାର କଳା ଓ କାରିଗରୀ ଐତିହ୍ୟକୁ ପ୍ରଦର୍ଶନ କରିଛି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଭାରତୀୟ ପାଭିଲିଅନ୍‌କୁ ଉଦ୍‌ଘାଟନ କରିଥିଲେ ଓ ମାଲାବାର ଷ୍ଟଲ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ କହିଛନ୍ତି ଯେ ବିଶ୍ବସ୍ତରୀୟ ମଞ୍ଚରେ ଭାରତୀୟ ଅଳଙ୍କାରକୁ ପ୍ରଦର୍ଶନ କରି ଅଳଙ୍କାର ନିର୍ମାଣ, ବିକ୍ରି, ଯୋଗାଣ ଶୃଙ୍ଖଳା ଓ ଆଇଟି କ୍ଷେତ୍ରରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ଦେଶର ରପ୍ତାନି ଓ ନିଯୁକ୍ତି ସୁଯୋଗ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ସୁନା ଅଳଙ୍କାରର ବାଧ୍ୟତାମୂଳକ ହଲ୍‌ମାର୍କିଂ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଶ୍ରୀ ଅହମ୍ମଦ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର