ମାଲାବାର ୯,୮୬୦ କୋଟି ନିବେଶ କରିବ, ୫୦୦ ନୂଆ ଷ୍ଟୋର ଖୋଲିବ

କୋଜିକୋଡ୍‌: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଆସନ୍ତା ତିନି ବର୍ଷରେ ଭାରତରେ ୯,୮୬୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ୨୦୨୫ ସୁଦ୍ଧା କଂପାନି ୫୦୦ ନୂଆ ଷ୍ଟୋର୍‌ ଖୋଲିବ ଯାହା ଫଳରେ ୧୧,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୋଚିରେ ଆୟୋଜିତ ଏକ ନିବେଶ ସମ୍ମିଳନୀରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପି ରାଜୀବଙ୍କ ଉପସ୍ଥିତିରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ ଓ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ଇଣ୍ଡିଆର ପରିଚାଳନା ନିର୍ଦେଶକ ଓ ଆସିର ଏହି ସୂଚନା ଦେଇଛନ୍ତି। ଏହି ଅବସରରେ କଂପାନିର ଟ୍ରେଜେରି ଓ ବୁଲିଅନ ମୁଖ୍ୟ ଦିଲ୍ଲୀପ ନାରାୟଣ ମଧ୍ୟ ଉପସ୍ଥିତ ଥିଲେ।
ବର୍ତ୍ତମାନ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ୧୦ରୁ ଅଧିକ ଦେଶରେ ୨୮୦ରୁ ଅଧିକ ଷ୍ଟୋର୍‌ ଓ ପାଞ୍ଚଟି ଦେଶରେ ୧୪ଟି ମାନୁଫାକ୍‌ଚରିଂ କାରଖାନା ରହିଛି। ଏହାର ୪,୦୯୨ ନିବେଶକ ଥିବା ବେଳେ ୧୪,୧୬୯ କର୍ମଚାରୀ ରହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କଂପାନି ୪୫,୦୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି। ମାଇକ୍ରୋସଫ୍ଟ, ଆଇବିଏମ୍, ଆସେଞ୍ଚର, ଇଆଣ୍ଡ୍‌ୱାଇ, ଡେଲୋଏଟ୍‌ ଭଳି ସଂସ୍ଥାର ସେବାକୁ ଏହା ବ୍ୟବହାର କରୁଛି। କଂପାନିର ଏହାର ଲାଭର ୫% ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରୁଛି।

ସମ୍ବନ୍ଧିତ ଖବର