ଭୁବନେଶ୍ବର : ଓଡ଼ିଶା ବଜାରକୁ ନେଇ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ବଡ଼ ଧରଣର ଯୋଜନା ରଖିଛି। ୨୦୨୨ ସେପ୍ଟେମ୍ବର ସୁଦ୍ଧା ଏହା ରାଜ୍ୟରେ ୪ଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। ଏବେ ଭୁବନେଶ୍ବରର ରୁପାଲି ଛକରେ ଏହାର ଏକମାତ୍ର ଷ୍ଟୋର୍ ରହିଛି। ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରି ସୁଦ୍ଧା ଏହା କଟକରେ ଓ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଦୁଇଟି ନୂଆ ଷ୍ଟୋର ଖୋଲିବ। ଅନ୍ୟ ଦୁଇଟି ଷ୍ଟୋର ବ୍ରହ୍ମପୁର ଓ ରାଉରକେଲାରେ ଖୋଲାଯିବ ବୋଲି ସଂସ୍ଥାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ରୁପାଲି ଛକ ସ୍ଥିତ ଷ୍ଟୋର୍ରେ ମାଲାବାର ପକ୍ଷରୁ ପ୍ରଥମ ‘ମାଇନ୍ ଡାଇମଣ୍ଡ୍ସ ସୋ’ ଆୟୋଜନ କରାଯାଇଛି। ଏଥିରେ ଗାୟିକା ଦୀପ୍ତିରେଖା ପାଢ଼ୀ ଅତିଥି ଭାବେ ଯୋଗ ଦେଇଛନ୍ତି। ଗ୍ରାହକମାନେ ମାଇନ୍ ସମ୍ଭାରରେ ବ୍ରାଇଡାଲ୍, ସୋଲିଟାୟାର, ନିତିଦିନିଆ ପିନ୍ଧି ହେଉଥିବା ଗହଣା, ସେଲିବ୍ରେସନ ନେକ୍ଲେସ୍, ପୁରୁଷ ଗହଣା ଏବଂ ପ୍ଲାଟିନମ୍ ଗହଣା ଆଦି କିଣିପାରିବେ। ଏହି ସୋ’ ଚଳିତ ମାସ ୧୯ ପର୍ଯ୍ୟନ୍ତ ଚାଲିବ ବୋଲି ଷ୍ଟୋର ମୁଖ୍ୟ ଅସନାଫ୍ ଆରାକଲ୍ କହିଛନ୍ତି। ଡାଇମଣ୍ଡ୍ସ ସୋ’ରେ ଉପଲବ୍ଧ ଥିବା ଆଳଙ୍କାରଗୁଡ଼ିକର ଦାମ୍ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ନେକ୍ଲେସ୍ଗୁଡ଼ିକର ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ରହିଛି। ଏହି ଅବସରରେ କଂପାନିର ମାର୍କେଟିଂ ପ୍ରବନ୍ଧକ ସିଦ୍ଧେଶ୍ବର ରଥ ଉପସ୍ଥିତ ଥିଲେ।
ମାଲାବାର ୪ ନୂଆ ଷ୍ଟୋର ଖୋଲିବ
/sambad/media/post_attachments/wp-content/uploads/2021/09/MALABAR-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)