କଟକ: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର କଟକ ସୋ’ରୁମ୍ରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍ ଜୁଏଲାରି ସୋ’ ଆରମ୍ଭ କରାଯାଇଛି। ଏହା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି ଯାହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସୁନା, ହୀରା ଓ ପ୍ରିସିଅସ୍ ଜେମ୍ସ ଗହଣାକୁ ପ୍ରଦର୍ଶିତ କରାଯାଉଛି। ଏହାକୁ ଟିଭି ଅଭିନେତ୍ରୀ ଲୁମରାଇନା ଶତପଥୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମାଲାବାର ପରିଚାଳନା ଟିମ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସୋ’ରେ ରୁବି, ଏମରାଲ, ଅନକଟ ହୀରା ଗହଣା ଓ ହୀରା ଗହଣା ଆଦି ରହିଛି। ଗ୍ରାହକମାନେ ମାଲାବାରର ସ୍ବତନ୍ତ୍ର ଗହଣା ସମ୍ଭାର ମାଇନ୍, ଏରା, ପ୍ରେସିଆ, ଏଥନିକ୍ସ, ଡିଭାଇନ୍, ହାଏ ଓ ଷ୍ଟାରଲେଟ୍ ଆଦିକୁ ମଧ୍ୟ କିଣିପାରିବେ। ଏହି ଅବସରରେ କଂପାନିର ପରିଚାଳନା ପ୍ରତିନିଧି ମଦନ ମୋହନ ସାହୁ ଉପସ୍ଥିତ ରହି କଂପାନିର କର୍ପୋରେଟ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଭାରତ, ସିଙ୍ଗାପୁର ଓ ଜିସିସି ରାଷ୍ଟ୍ରଗୁଡ଼ିକରେ ମାଲାବାରର ୨୮୦ ସୋ’ରୁମ୍ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp