ନୂଆଦିଲ୍ଲୀ: ଭାରତର ଆଧାର ବ୍ୟବସ୍ଥାକୁ ଅନୁକରଣ କରିବାକୁ ମାଲେସିଆ ଆଗ୍ରହ ପ୍ରକାଶ କରିଛି। ଲୋକମାନଙ୍କୁ ସରକାରୀ ସ୍କିମ୍ର ଲାଭ ସିଧାସଳଖ ପ୍ରଦାନ କରିବା ପାଇଁ ଆଧାର ଭଳି ଜାତୀୟ ପରିଚୟପତ୍ର ଉପରେ କାମ କରିବାକୁ ମାଲେସିଆ ବିଚାର କରୁଛି। ଚଳିତ ବର୍ଷ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ଗସ୍ତ କରିଥିବା ବେଳେ ଦ୍ବିପାକ୍ଷିକ ସହଯୋଗିତା ବୃଦ୍ଧି ଉପରେ ବିଭିନ୍ନ ବିଷୟରେ ମାଲେସିଆ ପ୍ରଧାନମନ୍ତ୍ରୀ ମୁଥାହିର ମହମ୍ମଦଙ୍କ ସହ ଆଲୋଚନା କରିଥିଲେ। ସେହି ଆଲୋଚନାର ଏକ ଅଂଶ ଥିଲା ଆଧାର। ଆଧାର ବିଷୟରେ ବୁଝିବା ପାଇଁ ଗତ ସପ୍ତାହେର ମାଲେସିଆର ମାନବ ସମ୍ବଳ ମନ୍ତ୍ରୀ ଏମ୍ କୁଲା ସେଗାରନ୍ଙ୍କ ନେତୃତ୍ବରେ ଏକ ପ୍ରତିିନିଧି ଦଳ ଭାରତ ଆସିଥିଲା। ସେଥିରେ ମାଲେସିଆର କେନ୍ଦ୍ରୀୟ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଓ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିନିଧିମାନେ ଥିଲେ। ସେମାେନ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କତୃର୍ପକ୍ଷ (ୟୁଆଇଡିଏଆଇ)ର ମୁଖ୍ୟ ଅଜୟ ଭୂଷଣ ପାେଣ୍ଡଙ୍କ ସହ ଆଲୋଚନା କରିଥିଲେ।
‘ଆଧାର’କୁ ଅନୁକରଣ କରିବ ମାଲେସିଆ
/sambad/media/post_attachments/wp-content/uploads/2018/09/aadhar-card-P-190617.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)