ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ ଓ ବିକ୍ରି କରି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୯୬୩ କୋଟି ଟଙ୍କା ପାଇସାରିଲେଣି। ବଳକା ଋଣ ଅର୍ଥ ମଧ୍ୟ ଆଦାୟ ହୋଇଯିବ ବୋଲି ଭାରତୀୟ ବ୍ୟାଙ୍କଗୁଡ଼ିକ ଆଶାବାଦୀ ଅଛନ୍ତି। ମାଲ୍ୟାଙ୍କ ବିରୋଧରେ ବ୍ରିଟେନ୍ ହାଇକୋର୍ଟ ରାୟ ଶୁଣାଇବା ପରେ ଭାରତର ବ୍ୟାଙ୍କଗୁଡ଼ିକ ବହୁତ ଖୁସି ହୋଇଯାଇଛନ୍ତି। ମାଲ୍ୟାଙ୍କ ସମ୍ପତ୍ତି ଯାଞ୍ଚ କରିବା ଓ ଜବତ କରିବାର ଅଧିକାର ବ୍ୟାଙ୍କଗୁଡ଼ିକୁ ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଅରିଜିତ ବସୁ କହିଛନ୍ତି ଯେ, ମାଲ୍ୟାଙ୍କଠାରୁ ବକେୟା ଋଣ ରାଶି ହାସଲ କରିବା ପାଇଁ ବ୍ୟାଙ୍କଗୁଡ଼ିକ ବ୍ରିଟେନ୍ର ବିଭିନ୍ନ ଏଜେନ୍ସି ସହିତ ମିଳିମିଶି କାମ କରିବେ। ବ୍ୟାଙ୍କଗୁଡ଼ିକର ସବୁ ବକେୟା ରାଶି ମିଳିଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜୟ ମାଲ୍ୟା ନିଜର ବିମାନ କଂପାନି କିଙ୍ଗଫିସର୍ ଏୟାରଲାଇନ୍ସ ପାଇଁ ୧୩ଟି ବ୍ୟାଙ୍କଠାରୁ ଋଣ ନେଇଥିଲେ କିନ୍ତୁ ତାହାକୁ ଶୁଝିନଥିଲେ।
ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିରୁ ମିଳିଛି ୯୬୩ କୋଟି
/sambad/media/post_attachments/wp-content/uploads/2018/07/mallya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)