ନୂଆଦିଲ୍ଲୀ: ଆମେ ଜାଣନ୍ତି ଯେ ବିମାନ ଭିତରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ କ୍ରୁ ସଦସ୍ୟଙ୍କ ପାଇଁ ପ୍ରବେଶ ଅନୁମତି ରହିଥାଏ। ଏପରି ଅନେକ ଜିନିଷ ରହିଛି, ଯାହାକୁ କି କେବଳ ଜରୁରୀକାଳୀନ ସମୟରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ନିକଟରେ କ୍ୟାବିନ୍‌ କର୍ମଚାରୀମାନେ ଏପରି କିଛି କରିଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

Advertisment

ଏ‌ବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି ବିମାନ ବନ୍ଦରରେ ଠିଆ ହୋଇଥିବା ଏକ ବିମାନର ଭିଡିଓ । ଏଥିରେ କ୍ରୁ ସଦସ୍ୟମାନେ ଏପରି କିଛି କରୁଛନ୍ତି, ଯାହାକି ବିବାଦ ସୃଷ୍ଟି କରିଛି। ଦେଖିବାକୁ ମିଳିଛି ଯେ ଜରୁରୀକାଳୀନ ଦ୍ୱାରରୁ ବାହାରକୁ ବାହାରି ମହିଳା କ୍ୟାବିନ କର୍ମଚାରୀମାନେ ବିଭିନ୍ନ ପୋଜ୍ ଦେଇ ଫଟୋ ଉଠାଉଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ସେଠାରେ ଜଣେ ପୁରୁଷ ସଦସ୍ୟଙ୍କୁ ବି ଦେଖିବାକୁ ମିଳିଛି, ଯିଏକି ଜଣେ ନାରୀ ପରି ପୋଜ୍ କରୁଛନ୍ତି। କେବଳ ଏତିକି ନୁହେଁ, ଉଭୟ ମହିଳା ଓ ପୁରୁଷ ଏକାଠି ଫଟୋ ପାଇଁ ପୋଜ୍ କରୁଥିବା ମଧ୍ୟ ଦେଖାଯାଏ।

ଏହି କ୍ଲିପ୍‌ଟି ‘ବ୍ରେକିଙ୍ଗ୍ ଆଭିଏସନ୍ ନ୍ୟୁଜ୍ ଆଣ୍ଡ୍‌ ଭିଡିଓଜ୍‌’ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଭିଡିଓଟିକୁ କିଛି ଦିନ ପୂର୍ବରୁ ବୁଏନସ ଏୟାର୍‌ସର ଯେ ସାଓ ପାଉଲୋ ଦେଇ ଜୁରିଚକୁ ଫେରିବା ରାସ୍ତାରେ ସୁଟ୍‌ କରାଯାଇଥିଲା।

ବିମାନ ସେବା ଅନୁଯାୟୀ ସେହି ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ। କିନ୍ତୁ ଲୋକମାନେ ଟର୍ମିନାଲରୁ କ୍ରୁମାନଙ୍କୁ ଏସବୁ କରୁଥିବାର ଦେଖୁଥିଲେ ଏବଂ ସେମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ।
ଅଗଷ୍ଟ ୨୫ ତାରିଖରେ ସେୟାର ହୋଇଥିବା ଭିଡିଓଟିରେ ଖବର ଲେଖିବା ପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଭ୍ୟୁ ହୋଇଛି। ଏଥି ସହିତ ୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।