ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଛନ୍ତି। ଗତବର୍ଷ ଅଗଷ୍ଟରୁ ଦେଶରେ କାର୍ଯ୍ୟକାରୀ ହେଉଥିବା ନୂଆ ପଳାତକ ଆର୍ଥିକ ଅପରାଧୀ ଆଇନ ଅନୁଯାୟୀ ଏହି ଘୋଷଣା କରାଯାଇଛି। ଫଳରେ ନୂଆ ଆଇନ ଅନୁଯାୟୀ ପଳାତକ ଆର୍ଥିକ ଅପରାଧୀ ଘୋଷଣା ହେବାରେ ମାଲ୍ୟା ଭାରତର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଭିତ୍ତିକରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଉକ୍ତ ଆଇନର ଧାରା ୧୨ ଅନୁଯାୟୀ, ସ୍ବତନ୍ତ୍ର ବିଚାରପତି ଏମ୍‌ ଏସ୍‌ ଆଜ୍‌ମି ଏହି ଘୋଷଣା କରିଛନ୍ତି।