ଋଣ ପରିଶୋଧ ଅଫର୍‌କୁ ବ୍ୟାଙ୍କ ଗ୍ରହଣ କରୁନି: ମାଲ୍ୟା

ଲଣ୍ଡନ: ପଳାତକ ଆର୍ଥିକ ଅପରାଧୀ ଭାବେ ଘୋଷିତ ହୋଇ ସାରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ତାଙ୍କ ଋଣ ପ୍ରସଙ୍ଗରେ ଆଜି ପୁଣି ମୁହଁ ଖୋଲିଛନ୍ତି। ଟ୍ବିଟରରେ ସେ ଏ ନେଇ ଏକାଧିକ ମନ୍ତବ୍ୟ ଦେଇଛନ୍ତି। ଜେଟ୍ ଏୟାରୱେଜ୍ କମ୍ପାନିରେ ବର୍ତମାନ ଦେଖାଦେଇଥିବା ସ୍ଥିତିକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହିତ କିଙ୍ଗଫିସର ଋଣ ବାବଦ ୧୦୦ ପ୍ରତିଶତ ଅର୍ଥକୁ ସେ ଫେରସ୍ତ (ପେବ୍ୟାକ୍) କରିବାକୁ ସେ ଅଫର୍ ଦେଇଛନ୍ତି।
ଜେଟ୍ ଏବଂ କିଙ୍ଗଫିସର ଏୟାରଲାଇନ୍ସର ଦୁଃସ୍ଥିତି ବିଷୟରେ ସେ ଚିତ୍ର ଉପସ୍ଥାପିତ କରିଛନ୍ତି। ଜେଟ୍‌ ବନ୍ଦ ହୋଇଯିବାକୁ ସେ ଏକ ବାସ୍ତବ ବ୍ୟବସାୟିକ ବିଫଳତା ବୋଲି ଦର୍ଶାଇଛନ୍ତି। ତେବେ ବ୍ୟାଙ୍କ ଗୁଡ଼ିକର ୧୦୦ ପ୍ରତିଶତ ଋଣ ଅର୍ଥ ଫେରାଇବାକୁ ସେ ପ୍ରସ୍ତାବ ଦେଉଥିବାବେଳେ ବ୍ୟାଙ୍କ ଗୁଡ଼ିକ ତାହାକୁ ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇଛନ୍ତି। କେବଳ ତାଙ୍କ ପାଇଁ ଏଭଳି କାହିଁକି ହୋଇଛି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ବ୍ରିଟେନର ଅଦାଲତ ଏବଂ ସରକାର ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିବାବେଳେ ସେ ଏହା ବିରୋଧରେ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨ରେ ତାରିଖ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର