ଲଣ୍ଡନ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ୱେଷ୍ଟମିନିଷ୍ଟର୍ସ ମାଜିଷ୍ଟ୍ରେଟ୍ କୋର୍ଟରେ ମାଲ୍ୟାଙ୍କ ଉପସ୍ଥିତିର ମାମଲାର ଶୁଣାଣି ହେବ। କୋର୍ଟ ରାୟ ମଧ୍ୟ ପ୍ରକାଶ କରିପାରନ୍ତି ବୋଲି ଚର୍ଚା ହେଉଛି। ଆସନ୍ତାକାଲିର ଶୁଣାଣିରେ ଯୋଗ ଦେବା ପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏକ ଯୁଗ୍ମ ଟିମ୍ ବ୍ରିଟେନ୍ ଯାତ୍ରା କରିଛି। ସିବିଆଇର ଯୁଗ୍ମ ନିର୍ଦେଶକ ଏ ସାଇ ମନୋହରଙ୍କ ନେତୃତ୍ବରେ ଟିମ୍ ଯାତ୍ରା କରିଛି। ପୂର୍ବରୁ ଉକ୍ତ ଟିମ୍ର ନେତୃତ୍ବ ନେଉଥିଲେ ବିବାଦରେ ଥିବା ସିବିଆଇର ଯୁଗ୍ମ ନିର୍ଦେଶକ ରାକେଶ ଅସ୍ଥାନା। ଭାରତର ବିଭିନ୍ନ ବ୍ୟାଙ୍କରୁ କିଙ୍ଗଫିସର ଏୟାରଲାଇନ୍ସ ନାମରେ ୯୦୦୦ କୋଟି ଟଙ୍କାର ଋଣ ନେଇ ତାହାକୁ ମାଲ୍ୟା ପରିଶୋଧ କରିନଥିଲେ। ତାଙ୍କୁ ଧରିବା ପୂର୍ବରୁ ସେ ଦେଶ ଛାଡ଼ି ଲଣ୍ଡନ ପଳାଇଥିଲେ। ତାଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଗତବର୍ଷ ଲଣ୍ଡନର ଏକ ଅଦାଲତରେ ପ୍ରତ୍ୟର୍ପଣ ମାମଲା ଦାୟର କରାଯାଇଥିଲା। ସେହି ମାମଲା ଆଧାରରେ ଗତବର୍ଷ ଏପ୍ରିଲ୍ରେ ତାଙ୍କୁ ଗିରଫ କରାଯାଇଥିଲା ଓ ପରବର୍ତି ସମୟରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। ଏକ ବର୍ଷ ହେଲାଣି ମାଲ୍ୟା ଏହି ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ନିକଟରେ ଅଗଷ୍ଟାୱେଷ୍ଟ୍ଲ୍ୟାଣ୍ଡ୍ର ମଧ୍ୟସ୍ଥି ଖ୍ରିଷ୍ଟିଆନ୍ ମାଇକେଲ୍ଙ୍କୁ ସଫଳତାର ସହିତ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ଏହା ପରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସହଜ ହେବ ବୋଲି ଚର୍ଚା ହେଉଛି।ଚଳିତ ସପ୍ତାହରେ ଟ୍ବିଟର୍ ଜରିଆରେ ମାଲ୍ୟା ଜଣାଇଥିଲେ ଯେ, ମୁଁ ଟଙ୍କାଟିଏ ବି ଋଣ କରିନାହିଁ। କିଙ୍ଗଫିସର ଏୟାରଲାଇନ୍ସ ଋଣ କରିଥିଲା। ବ୍ୟବସାୟ ଫେଲ୍ ମାରିବାରୁ ସେହି ସବୁ ଟଙ୍କା ବୁଝିଗଲା। ଋଣ ପାଇଁ ଗ୍ୟାରେଣ୍ଟର୍ ହେବା ଠକାମି ନୁହେଁ ବୋଲି ମାଲ୍ୟା କହିଛନ୍ତି। ବ୍ୟାଙ୍କଗୁଡ଼ିକର ସବୁ ଟଙ୍କା ଫେରାଇ ଦେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଯେଉଁଦିନ ଖ୍ରିଷ୍ଟିଆନ୍ ମାଇକେଲ୍ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ନିଷ୍ପତ୍ତି ହୋଇଥିଲା ତାହାର ଗୋଟିଏ ଦିନ ପରେ ମାଲ୍ୟା ଏହି ଟୁଇଟ୍ କରିଥିଲେ। ଫଳରେ ଚର୍ଚା ହୋଇଥିଲା ଯେ, ମାଲ୍ୟା ଭୟଭୀତ ହୋଇପଡ଼ିଛନ୍ତି। ଏହା ପରେ ମାଲ୍ୟା ନିଜ ଆଡ଼ୁ ସଫେଇ ଦେଇଥିଲେ ଯେ ମାଇକେଲ୍ଙ୍କ ପ୍ରତ୍ୟର୍ପଣ ସହି ମୋ ଟୁଇଟ୍ର କୌଣସି ସମ୍ପର୍କ ନାହିଁ। ଗତବର୍ଷ ଡିସେମ୍ବର ୪ରୁ ଲଣ୍ଡନର ଅଦାଲତରେ ମାଲ୍ୟାଙ୍କ ପ୍ରତ୍ୟପର୍ଣ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହା ପରେ ଅନେକ ଥର ଏହି ମାମଲାର ଶୁଣାଣି ହୋଇଛି। ନିଜକୁ ବଞ୍ଚାଇବା ପାଇଁ ମାଲ୍ୟା ଅନେକ ପ୍ରୟାସ କରିସାରିଲେଣି। ଭାରତୀୟ ଜେଲ୍ଗୁଡ଼ିକର ଅବସ୍ଥା ଆଦୌ ଭଲ ନୁହେଁ ଓ ସେଠାରେ ପ୍ରାକୃତିକ ଆଲୋକ ପଡ଼େ ନାହିଁ ବୋଲି ମାଲ୍ୟାଙ୍କ ପକ୍ଷ ତରଫରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହା ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ଯେଉଁ ବାରାକ୍-୧୨ରେ ମାଲ୍ୟାଙ୍କୁ ରଖାଯିବ ତାହାର ଭିଡିଓ ଲଣ୍ଡନ କୋର୍ଟଙ୍କ ପାଖକୁ ପଠାଯାଇଥିଲା।
ମାଇକେଲ୍ଙ୍କ ପରେ ମାଲ୍ୟାଙ୍କ ପାଳି
ଆଜି ପ୍ରକାଶ ପାଇବ ପ୍ରତ୍ୟର୍ପଣ ମାମଲା ରାୟ
/sambad/media/post_attachments/wp-content/uploads/2018/12/mallya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)