ଲଣ୍ଡନ,: ଭାରତୀୟ ବ୍ୟାଙ୍କଗୁଡ଼ିକର କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ୍ ପୁଣି ଏକ ଝଟ୍କା ଲାଗିଛି। ନିକଟରେ ବ୍ରିଟେନ୍ ହାଇକୋର୍ଟ ୧୩ଟି ଭାରତୀୟ ବ୍ୟାଙ୍କ ସପକ୍ଷରେ ଏକ ରାୟ ଦେଇଥିଲେ। ସେହି ରାୟ ବିରୋଧରେ ଅପିଲ୍ କରିବାକୁ ମାଲ୍ୟା ବାହାରିଥିଲେ। ତାଙ୍କ ଆବେଦନକୁ ବ୍ରିଟେନ୍ର କୋର୍ଟ ଅଫ୍ ଅପିଲ୍ ଖାରଜ କରିଦେଇଛନ୍ତି। cହାଇକୋର୍ଟଙ୍କ ଆୟ ବିରୋଧରେ ଆବେଦନ କରିବାକୁ ମାଲ୍ୟା ଅନୁମତି ମାଗିଥିଲେ। ତାହାକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରିବା ପାଇଁ ଦିଆଯାଇଥିବା ଏକ ରାୟକୁ ବଦଳାଇବାକୁ ବ୍ରିଟେନ୍ ହାଇକୋର୍ଟ ପୂର୍ବରୁ ମନା କରିସାରିଛନ୍ତି। ଏହି ରାୟ ପରେ ମାଲ୍ୟାଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ଥିଲା କୋର୍ଟ ଅଫ୍ ଅପିଲ୍ରେ ଆବେଦନ କରିବା। ତାଙ୍କର ସେହି ଶେଷ ବିକଳ୍ପଟି ମଧ୍ୟ କାମରେ ଆସିଲା ନାହିଁ।
ମାଲ୍ୟାଙ୍କୁ ବ୍ରିଟେନ୍ରେ ପୁଣି ଝଟ୍କା
/sambad/media/post_attachments/wp-content/uploads/2018/07/mallya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)