ମାଲ୍ୟାଙ୍କୁ ଘାରିଲା ଭାରତ ସମ୍ପତ୍ତି ହରାଇବା ଭୟ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାକୁ ଅତ୍ୟନ୍ତ ବ୍ୟଗ୍ର ହୋଇପଡ଼ିଲେଣି। ଏହାର କାରଣ ହେଉଛି ଭାରତରେ ତାଙ୍କ ଯେଉଁ ସମ୍ପତ୍ତି ରହିଛି ସେଗୁଡ଼ିକ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଗଲାଣି। ସରକାର ଜାରି କରିଥିବା ଏକ ନୂଆ ନିୟମ ଅନୁଯାୟୀ ତାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଭାବେ ବିବେଚନା କରାଯାଉଛି। ତାଙ୍କ ବିରୋଧରେ ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି। ପରବର୍ତୀ ଶୁଣାଣି ସେପ୍ଟେମ୍ବରରେ ହେବ। ଯଦି କୋର୍ଟଙ୍କ ରାୟ ତାଙ୍କ ବିପକ୍ଷରେ ଯିବ ତେବେ ଭାରତରେ ଥିବା ତାଙ୍କ ସବୁ ସମ୍ପତ୍ତିକୁ ଜବତ କରି ନିଲାମ କରିଦିଆଯିବ। ଏହା ହେଉ ବୋଲି ମାଲ୍ୟା ଚାହୁଁନାହାନ୍ତି। କିଛିଦିନ ପୂର୍ବରୁ ବ୍ରିଟେନ୍‌ରେ ଥିବା ମାଲ୍ୟାଙ୍କ ସବୁ ସମ୍ପତ୍ତି ଜବତ କରିବାକୁ ସେଠାକାର କୋର୍ଟ ନିର୍ଦେଶ ଦେଇ ମାଲ୍ୟାଙ୍କୁ ଝଟ୍‌କା ଦେଇଥିଲେ।

ସମ୍ବନ୍ଧିତ ଖବର