ବିମାନ ମଧ୍ୟରେ ଅଚେତ ହୋଇ ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସହଯାତ୍ରୀ ଓ କ୍ରିୟୁ ମେମ୍ବର

ଡେଟ୍ରୋଏଟ୍‌ରୁ ଓରଲାଣ୍ଡ୍‌ ଯାଉଥିବା ବିମାନ ଟେକ୍‌-ଅପ୍‌ ହେବାର କିଛି ସମୟ ପୂର୍ବରୁ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍‌ ଅଚେତ ହୋଇପଡ଼ିଥିଲେ। ସେହି ସମୟରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ଧାଇଁ ଆସି ବ୍ୟକ୍ତି ଜଣକୁ ସମ୍ଭାଳିବାରୁ ଭାଗ୍ୟକୁ ତାଙ୍କ ଜୀବନ ବଞ୍ଚିଯାଇଛି।

ଜାଣିବାକୁ ମିଳିଛି ଯେ ବିମାନରେ ଜଣେ ନର୍ସ ବି ଯାତ୍ରା କରୁଥିଲେ। ବିମାନରେ ଥିବା ସୁଏ ନାମକ ନର୍ସ ଜଣକ ଦେଖିବା ପରେ ଅଚେତ ହୋଇଥିବା ବ୍ୟକ୍ତି ଜଣକଙ୍କର ନିଶ୍ୱାସ ବନ୍ଦ ହୋଇଯାଇଛି ବୋଲି ସ୍ପଷ୍ଟ କରିଥିଲେ। ସେହି ବିମାନରେ ଥିବା ଅନ୍ୟ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟଙ୍କ ସହାୟତାରେ ସେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସା ଆରମ୍ଭ କରିଥିଲେ।

ବିମାନରେ ଥିବା କେତେକ ଲୋକ ଉତ୍ତର ଆମେରିକାର ଜରୁରିକାଳୀନ ଟେଲିଫୋନ୍‌ ନମ୍ବର ୯୧୧କୁ କଲ୍‌ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ବିମାନଟି ମଝି ଆକାଶରେ ଥିବା ହେତୁ ଫୋନ୍‌ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।

ବ୍ୟକ୍ତି ଜଣଙ୍କୁ ବିମାନ ମଧରେ ଦେଇ ହୋଇପାରୁଥିବା ଭଳି ସମସ୍ତ ଚିକିତ୍ସା ସେବା ଦେବା ପରେ ବିମାନ ଲ୍ୟାଣ୍ଡ୍‌ କରିବା ମାତ୍ରେ ତୁରନ୍ତ ମେଟ୍ରୋ ଡେଟ୍ରୋଏଟ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିଛି ସମୟ ବିଳମ୍ବ ହେବା ପରେ ବିମାନକୁ ପୁଣି ଓରଲାଣ୍ଡ୍‌ ଅଭିମୂଖେ ଉଡ଼ାଣ ଭରାଯାଇଥିଲା।

ସମ୍ବନ୍ଧିତ ଖବର