ମାଙ୍ଗାଲୁରୁ: କର୍ପୋରେଟ୍ ସେକ୍ଟର୍ ଅବ୍ୟବସ୍ଥିତ କାର୍ଯ୍ୟଧାରା ଏବଂ ସ୍ବାସ୍ଥ୍ୟ-ପ୍ରତିକୂଳ ବାତାବରଣ କାରଣରୁ ଜଣେ ୪୨ବର୍ଷିୟ ସଫଟ୍ୱେର୍ ଇଞ୍ଜିନିୟର୍ ବଡ଼ ‘ଆଇ.ଟି.’ ଚାକିରି ଛାଡ଼ିଦେଇ ଜୁନ୍ ୮ ତାରିଖରେ ମାଙ୍ଗାଲୁରୁରେ ଗଧ ଦୁଗ୍ଧ ଫାର୍ମ ଖୋଲିଛନ୍ତି।
ଏଥିପାଇଁ ୨୦ଟି ଗଧ ପାଳିବା ସହ ୪୨ ଲକ୍ଷ ଟଙ୍କା ବିନିଯୋଗ କରିଥିବା ଶ୍ରୀନିବାସ ଗୌଡ଼ା ନାମକ ଉକ୍ତ ସଫଟ୍ୱେର୍ ଇଞ୍ଜିନିୟର୍ କହନ୍ତି: ପୂର୍ବରୁ ୨୦୨୦ ପର୍ଯ୍ୟନ୍ତ ମୁଁ ଗୋଟାଏ ସଫଟ୍ୱେର୍ କମ୍ପାନିରେ ଚାକିରି କରୁଥିଲି। ସେ ଭଳି ଚାକିରି ବ୍ୟବସ୍ଥା ମୋତେ ସୁହାଇଲା ନାହିଁ। ତେଣୁ, ଚାକିରି ଛାଡ଼ି ନିଜେ କିଛି କରିବାକୁ ଇଚ୍ଛା କରି ଗଧ ପାଳନ କରିବା ଲାଗି ସ୍ଥିର କଲି। ଏହା ହେଉଛି ଭାରତରେ ଏ ପ୍ରକାରର ଅଦ୍ବିତୀୟ ଏବଂ କର୍ଣ୍ଣାଟକର ପ୍ରଥମ ଗଧ ଚାଷ ଏବଂ ତାଲିମ କେନ୍ଦ୍ର।
ଗଧ ଦୁଗ୍ଧର ଉପକାରିତା ଏବଂ ଫାର୍ମ ଖୋଲିବା ଯୋଜନା ସଂକ୍ରାନ୍ତରେ କହିବାକୁ ଯାଇ ସେ କହିଛନ୍ତି, ଏବେ ଆମର ୨୦ଟି ଗଧ ଅଛନ୍ତି ଏବଂ ଫାର୍ମ ଖୋଲିବା ପାଇଁ ମୁଁ ପ୍ରାୟ ୪୨ ଲକ୍ଷ ଟଙ୍କା ବ୍ୟୟ କରିଛି। ବହୁ ଉପକାରିତା ଥିବା ଗଧ ଦୁଗ୍ଧ ବିକ୍ରୟ କରିବା ଲାଗି ଆମେ ଯୋଜନା କରୁଛୁ। ସଭିଏଁ ଗଧ ଦୁଗ୍ଧ ପାଆନ୍ତୁ, ଏହାହିଁ ଆମର ଉଦ୍ଦେଶ୍ୟ। କାରଣ ଗଧ ଦୁଗ୍ଧ ଔଷଧ ତୁଲ୍ୟ। ଏହି ଦୁଗ୍ଧ ପ୍ୟାକେଟ୍ ମଲ୍, ଦୋକାନ ଏବଂ ସୁପର୍ମାର୍କେଟ୍ରେ ମିଳିବ।
Image Courtesy of Economic Timesଗଧ ପ୍ରଜାତିର ସଂଖ୍ୟା ହ୍ରାସ ଯୋଗୁଁ ମଧ୍ୟ ଗଧ ଚାଷ କରିବା କଥା ଗୌଡ଼ାଙ୍କ ମନକୁ ଜୁଟିଥିଲା। ସେ କହନ୍ତି, ପ୍ରଥମେ ଲୋକେ ମୋ ପରିକଳ୍ପିତ ଗଧ ଫାର୍ମ ବିଷୟରେ ବୁଝି ପାରୁ ନ ଥିଲେ।।
‘ମନି କଣ୍ଟ୍ରୋଲ୍’ ଖବରକାଗଜ ରିପୋର୍ଟ ଅନୁସାରେ, ପ୍ୟାକେଟ୍ କରି ଗଧ ଦୁଗ୍ଧକୁ ବଜାରକୁ ଛଡ଼ାଯିବ ଏବଂ ପ୍ରତି ୩୦ ମିଲିଲିଟର୍ ପ୍ୟାକେଟ୍ର ମୂଲ୍ୟ ରହିବ ୧୫୦ ଟଙ୍କା।
୧୭ ଲକ୍ଷ ଟଙ୍କାର ଗଧ ଦୁଗ୍ଧ ବରାଦ ପାଇ ସାରିଥିବା କଥା ଗୌଡ଼ା ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/donkey.jpg)