େଓ୍ଵଷ୍ଟ ଭର୍ଜିନିୟା: ମଦ୍ୟପାନ କରି କ୍ୟାବ୍‌ରେ ଶୋଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଆମେରିକା ନ୍ୟୁ ଜର୍ସିରେ ରହୁଥିବା କେନି ବେକ୍‌ମ୍ୟାନଙ୍କ ପାଖକୁ କ୍ୟାବ ଅପରେଟର ଉବର ଏକଲକ୍ଷ ୬ହଜାର ଟଙ୍କାର ଏକ ବିଲ୍‌ ପଠାଇଛି। କେନି କ୍ୟାବ୍‌ରେ ଶୋଇପଡ଼ିବା ହେତୁ ୫୦୦କିମି ଦୂରକୁ ଯିବା ପରେ ତାଙ୍କର ଆଖି ଖୋଲିଥିଲା।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ୨୧ବର୍ଷୀୟ କେନି ନିଜ ସାଙ୍ଗମାନଙ୍କ ସହ େଓ୍ଵଷ୍ଟ ଭର୍ଜିନିୟାରେ ପାର୍ଟି କରିବା ପରେ ମଦ୍ୟପାନ କରି େଓ୍ଵଷ୍ଟ ଭର୍ଜିନିୟା ୟୁନିଭର୍ସିଟି ଯିବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ। କ୍ୟାବ୍‌ରେ ଚଢ଼ିବା ପରେ କେନି ଶୋଇ ପଡ଼ିଥିଲେ ଓ ୫୦୦କିମି ଦୂର ନ୍ୟୁ ଜର୍ସିକୁ ଚାଲି ଯାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ଆଖି ଖୋଲିଥିଲା, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

publive-image

କେନି ଏହି ଘଟଣାକୁ ନେଇ କହନ୍ତି, ‘ମୋର ଆଖି ଖୋଲିଲା ବେଳେକୁ ମୋ ଆଖପାଖରେ କେତେଜଣ ଅଜଣା ଲୋକ ବସିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଏବଂ କେଉଁଠାରେ ଅଛି ତାହା ଜାଣି ପାରି ନଥିଲି।’

ରିପୋର୍ଟ ମୁତାବକ, କେନିଙ୍କ ବିଲ୍‌ ଏତେ ପରିମାଣରେ ଆସି ନ ଥାଆନ୍ତା ଯଦି କେନି ଉବର ଏକ୍ସଏଲ ନେଇ ନ ଥାଆନ୍ତେ। ଯାହାର ବଜେଟ କ୍ୟାବ୍‌ରୁ ବହୁ ଅଧିକ ହୋଇଥାଏ। ଏତଦ୍‌ବ୍ୟତୀତ କ୍ୟାବ୍‌ ବୁକ କରିବା ସମୟରେ ସର୍ଜ ପ୍ରାଇସିଙ୍ଗ ଲାଗି ଯାଇଥିଲା, ଯେଉଁଥିପାଇଁ ବିଲ୍‌ ଦୁଇଗୁଣା ହୋଇଯାଇଥିଲା।

କ୍ୟାବ୍‌ କମ୍ପାନି କହିବାନୁସାରେ, କେନି ଯେଉଁଠାରେ ଓହ୍ଲାଇବାକୁ କହିଥିଲେ କ୍ୟାବ୍‌ ଚାଳକ ସେଠାରେ ହିଁ ଓହ୍ଲାଇଥିଲେ।