ଭୁବନେଶ୍ବର: ମଣିପାଲ ହସ୍ପିଟାଲ୍ସ ଭୁବନେଶ୍ବରର ବରିଷ୍ଠ କନ୍ସଲ୍ଟାଣ୍ଟ, ଆର୍ଥୋସ୍କୋପିକ୍ ଓ ସ୍ପୋର୍ଟସ୍ ସର୍ଜନ ତଥା ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ (ଏସ୍ଏସ୍ଆଇ)ର ପ୍ରତିଷ୍ଠାତାର ପ୍ରତିଷ୍ଠାତା ଡାକ୍ତର ସାର୍ଥକ ପଟ୍ଟନାୟକଙ୍କୁ ୨୦୨୫ ଏସିଆନ୍ ୱିଣ୍ଟର ଗେମ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ତଥା କ୍ରୀଡ଼ା ଚିକିତ୍ସା ବିଶେଷଜ୍ଞ ଭାବେ ନିଯୁକ୍ତି ମିଳିଛି। ଏହି କ୍ରୀଡ଼ା ଫେବ୍ରୁଆରି ୭ରୁ ୧୪ ପର୍ଯ୍ୟନ୍ତ ଚୀନ୍ରେ ଅନୁଷ୍ଠିତ ହେବ।
ଡାକ୍ତର ପଟ୍ଟନାୟକଙ୍କ ଦୀର୍ଘ ୧୪ ବର୍ଷର ଅଭିଜ୍ଞତା ରହିଛି। ଭାରତୀୟ ଆଇସ୍ ହକି ଟିମ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତି ପାଇଥିବାରୁ ମୁଁ ଗର୍ବିତ। ଏହା ମୋ ପାଇଁ ଓ ଭାରତୀୟ କ୍ରୀଡ଼ା ଚିକିତ୍ସା କ୍ଷେତ୍ର ପାଇଁ ଗର୍ବର ବିଷୟ। ମୁଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ନିଶ୍ଚିତ ଭାବେ ଠିକ୍ ରଖିବି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଡାକ୍ତର ପଟ୍ଟନାୟକଙ୍କ ନିଯୁକ୍ତିକୁ ନେଇ ଗର୍ବ ଅନୁଭବ କରୁଥିବା କହିଛନ୍ତି ମଣିପାଲ୍ ହସ୍ପିଟାଲ୍ସ ଭୁବନେଶ୍ବରର ନିର୍ଦ୍ଦେଶକ ଶକ୍ତିମୟ ମହାପାତ୍ର। ତାଙ୍କ ନିଯୁକ୍ତି ଉତ୍ସର୍ଗୀକୃତ, ପାରଦର୍ଶିତା ଓ କ୍ରୀଡ଼ା ମେଡିସିନ୍ କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନର ପ୍ରମାଣ ବୋଲି ସେ କହିଛନ୍ତି।
ମଣିପାଲ୍ ହସ୍ପିଟାଲ୍ର ଡାକ୍ତର ଆଇସ୍ ହକି ଟିମ୍ର ମୁଖ୍ୟ ଚିକିତ୍ସା ଅଧିକାରୀ
ମଣିପାଲ ହସ୍ପିଟାଲ୍ସ ଭୁବନେଶ୍ବରର ବରିଷ୍ଠ କନ୍ସଲ୍ଟାଣ୍ଟ, ଆର୍ଥୋସ୍କୋପିକ୍ ଓ ସ୍ପୋର୍ଟସ୍ ସର୍ଜନ ତଥା ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ (ଏସ୍ଏସ୍ଆଇ)ର ପ୍ରତିଷ୍ଠାତାର ପ୍ରତିଷ୍ଠାତା ଡାକ୍ତର ସାର୍ଥକ ପଟ୍ଟନାୟକଙ୍କୁ ୨୦୨୫ ଏସିଆନ୍ ୱିଣ୍ଟର ଗେମ୍ର ମୁଖ୍ୟ ଚିକିତ୍ସା...
/sambad/media/media_files/2025/01/31/GL9KmUa4OfnQmEyRJytZ.jpg)