ଭୁବନେଶ୍ବର : ୨୦୨୧-୨୨ ପାଇଁ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ର ପରାମର୍ଶଦାତା ମନୀଷ ଖରବନ୍ଦା ଓ ଉପାଧ୍ୟକ୍ଷ ଭାବେ ନାଲ୍କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ରଙ୍କୁ ନିର୍ବାଚିତ କରାଯାଇଛି। ଗତକାଲି ପୁରୀରେ ଅନୁଷ୍ଠିତ ରାଜ୍ୟ ପରିଷଦର ପ୍ରଥମ ବୈଠକରେ ଉଭୟଙ୍କ ନାମ ଘୋଷଣା କରାଯାଇଛି। ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ ଡିଗ୍ରି ହାସଲ କରିବା ସହିତ ମନୀଷ ଇକଫାଇରୁ ଅର୍ଥ ଓ ମାନବ ସମ୍ବଳରେ ଏମବିଏ ଡିଗ୍ରି ସମ୍ପୂର୍ଣ କରିଛନ୍ତି। ଏହା ସହିତ ସେ ଆଡଭାନ୍ସ ଡିପ୍ଲୋମା ଇନ୍ ଫାଇନାନ୍ସ (ସିଏଫଏ ଚାର୍ଟର୍) ଏବଂ ଲକ୍ଷ୍ନୋ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ନିଜର ବ୍ୟାବସାୟିକ ଜ୍ଞାନ, ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପାଇଁ ତାଙ୍କ କ୍ୟାରିଅରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିଛି। ସେହିପରି ଶ୍ରୀ ପାତ୍ର ସରଳ ଜୀବନଯାପନ-ଉଚ୍ଚ ଚିନ୍ତାଧାରା ପାଇଁ ଜଣାଶୁଣା।ନାଲକୋର ସିଏମଡି ଭାବରେ ଦାୟିତ୍ବ ନେବା ପୂର୍ବରୁ ଶ୍ରୀ ପାତ୍ର ନାଲକୋର ଫାଇନାନ୍ସ ନିର୍ଦ୍ଦେଶକ ଥିଲେ। ପିଏସୟୁର ଫାଇନାନ୍ସ ଏବଂ ଆକାଉଣ୍ଟ୍ ପରିଚାଳନା କ୍ଷେତ୍ରରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ଅଛି।
ମନୀଷ ସିଆଇଆଇ ଓଡ଼ିଶାର ନୂଆ ଅଧ୍ୟକ୍ଷ, ଶ୍ରୀଧର ଉପାଧ୍ୟକ୍ଷ
/sambad/media/post_attachments/wp-content/uploads/2021/02/f56x4h56fs4h56f4s65h4f56fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)