ନୂଆଦିଲ୍ଲୀ: ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିକୁ ମନମୋହନ ସିଂହ ମନୋନୀତ ହୋଇଛନ୍ତି। ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତାଙ୍କୁ ଏହି କମିଟିକୁ ମନୋନୀତ କରିଛନ୍ତି। ଦିଗ୍ବିଜୟ ସିଂହଙ୍କ ସ୍ଥାନରେ ମନମୋହନଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି। ଦିଗ୍ବିଜୟଙ୍କୁ ସହରାଞ୍ଚଳ ବିକାଶ ସମ୍ପର୍କିତ ସ୍ଥାୟୀ କମିଟିକୁ ମନୋନୀତ କରାଯାଇଛି। ମନମୋହନଙ୍କ ପାଇଁ ବାଟ ଛାଡ଼ିବା ଲାଗି ଅର୍ଥ କମିଟିରୁ ଦିଗ୍ବିଜୟ ଇସ୍ତଫା ଦେଇଥିଲେ। ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିବା ମନମୋହନ ଅର୍ଥ କମିଟିରେ ୨୦୧୪ ସେପ୍ଟେମ୍ବରରୁ ୨୦୧୯ ମେ’ ପର୍ଯ୍ୟନ୍ତ ସଦସ୍ୟ ଥିଲେ। ରାଜ୍ୟସଭାରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ ସେ କମିଟିରୁ ବାଦ ପଡ଼ିଥିଲେ।
ସଂସଦୀୟ ସ୍ଥାୟୀ କମିଟିକୁ ମନମୋହନ ମନୋନୀତ
/sambad/media/post_attachments/wp-content/uploads/2019/10/manmohan-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)