ମଣ୍ଟେକାର୍ଲୋର ନୂଆ ଶୀତବସ୍ତ୍ର ସମ୍ଭାର

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାସନ ବ୍ରାଣ୍ଡ ମଣ୍ଟେକାର୍ଲୋ ପକ୍ଷରୁ ଓ୍ଵିଣ୍ଟର କଲେକ୍ସନ ୨୦୧୭ର ଶୁଭାରମ୍ଭ କରାଯାଇଛି। ଏହା ମୁଖ୍ୟତଃ ପୁରୁଷ, ମହିଳା ଏବଂ ଶିଶୁ ଏବଂ ଯାଁଳାମାନଙ୍କ ପାଇଁ ଉଦ୍ଧିଷ୍ଟ। ଚଳିତ ବର୍ଷ ମଣ୍ଟେକାର୍ଲୋର ଶୀତ କଲେକସନ୍‌ରେ ଉଜ୍ଜ୍ୱଳ ରଙ୍ଗ, ଉତ୍କଷ୍ଟ ଡିଜାଇନ, ବୋଲ୍ଡ ପ୍ରିଣ୍ଟସ ସହିତ ଅତ୍ୟାଧୁନିକ ଷ୍ଟାଇଲକୁ ଗୁରୁତ୍ୱ ଦିଆଯାଇଛି ବୋଲି ଏହି ପରିପ୍ରେକ୍ଷୀରେ ମଣ୍ଟେକାର୍ଲୋ ଫ୍ୟାସନ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୋନିକା ଓସଓ୍ଵାଲ କହିଛନ୍ତି। ଚଳିତ ଋତୁରେ ମଣ୍ଟେକାର୍ଲୋର ଲକ୍‌ଜୁରିଆ ନାମରେ ଏକ ସ୍ୱତନ୍ତ୍ର ପ୍ରିମିୟମ କଲେକ୍ସନର ଶୁଭାରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ଶୀତ କଲେକ୍ସନ ୨୦୧୭ରେ ଜ୍ୟାକେଟ, ଟୋପି, ସ୍ୱେଟର, କୋଟ୍‌, ଟ୍ରାକସୁଟ୍‌, ମୋଜା, ନେହରୁ ଜ୍ୟାକେଟ୍‌ ଇତ୍ୟାଦି ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର