ମୁକେଶ ବିଗବଜାରକୁ କିଣି ନଥିଲେ ଚାକିରି ହରାଇଥାନ୍ତେ ହଜାର ହଜାର କର୍ମଚାରୀ!

ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଆଉ ଏକ ବଡ଼ ସଂସ୍ଥା କିଣିଛନ୍ତି। ବିଗ୍ ବଜାର ଭଳି ଷ୍ଟୋର୍‌ ଥିବା ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌, ହୋଲ୍‌ସେଲ୍‌, ଲଜିଷ୍ଟିକ୍ସ ଓ ଓୟାରହାଉସ୍‌ କାରବାରକୁ ସେ ୨୪,୭୧୩ କୋଟି ଟଙ୍କାରେ କିଣିଥିବା ବିଷୟରେ ତାଙ୍କ କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଏକଦା ଭାରତୀୟ ଖୁଚୁରା ଶିଳ୍ପର ସମ୍ରାଟ କୁହାଯାଉଥିବା କିଶୋର ବିୟାନି ଏହି ବ୍ୟବସାୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ। ତାହାକୁ ମୁକେଶ ନିଜ କବ୍‌ଜାକୁ ଆଣିବାରେ ସଫଳ ହୋଇଛନ୍ତି।

ତେବେ ମୁକେଶ କିଣିନଥିଲେ କଣ ହୋଇଥାନ୍ତା ବିଗ ବଜାରର ଭାଗ୍ୟ | କାରଣ ଫ୍ୟୁଚର ଗ୍ରୁପରେ ହଜାର ହଜାର ଲୋକ କାମ କରନ୍ତି ଏବଂ ଯୋଗାଣ ଶୃଙ୍ଖଳା(ସପ୍ଲାଇ ଚେନ) ସହିତ ହଜାର ହଜାର ଲୋକ ମଧ୍ୟ ଜଡିତ ଅଛନ୍ତି | ଋଣ ପରିଶୋଧ ନକରିଥିଲେ କମ୍ପାନୀରେ ତାଲା ପଡିଯିବାର ଆଶଙ୍କା ଦେଖାଦେଇଥିଲା | ସମଗ୍ର ଦେଶରେ ବିଗ୍ ବଜାରର ୨୯୫ ଷ୍ଟୋର ରହିଛି |

ସେହିପରି ଫ୍ୟୁଚର ଗ୍ରୁପର ୧୬୫୦ ରୁ ଅଧିକ ଷ୍ଟୋର୍ ଅଛି ଏବଂ ହଜାର ହଜାର ଲୋକ କାମ କରନ୍ତି | ଏହି ଚୁକ୍ତି ପରେ ସମସ୍ତଙ୍କର ଚାକିରି ସୁରକ୍ଷିତ ଅଛି | ସୂଚନା ଥାଉ କି ପୂର୍ବରୁ ଋଣ ଭାରରେ ବୁଡିରହିଥିବା ଫ୍ୟୁଚର୍‌ ଗ୍ରୁପ ର ଆର୍ଥିକ ଅବସ୍ଥାକୁ କରୋନା ଆହୁରି ଖରାପ କରିଦେଇଥିଲା | ଲକଡାଉନ୍ ସମୟରେ ଅଧିକାଂଶ ଷ୍ଟୋର ବନ୍ଦ କରିବାକୁ ପଡିଲା | ଋଣ ବୃଦ୍ଧି ହେତୁ କମ୍ପାନୀ ବୁଡ଼ିଯିବାର ଆଶଙ୍କା ମଧ୍ୟରେ କର୍ମଚାରୀମାନେ ମଧ୍ୟ ସେମାନଙ୍କ ଚାକିରିକୁ ନେଇ ଚିନ୍ତିତ ଥିଲେ। ରିଲାଏନ୍ସ ରିଟେଲର ନିବେଶ କମ୍ପାନୀକୁ ଏହି ଦୁର୍ଦ୍ଦିନରୁ ରକ୍ଷା କରିଛି।

ସମ୍ବନ୍ଧିତ ଖବର