୨ ଦିନ ପରେ ସ୍ମାର୍ଟ୍‌ଫୋନ୍‌ ଠାରୁ ଆରମ୍ଭ କରି ଟିଭି ସମେତ ଆହୁରି ଅନେକ ଜିନିଷ ହୋଇଯିବ ମହଙ୍ଗା, ଏବେ କିଣି ନିଅନ୍ତୁ ଯାହା ଦରକାର

ଜାଣନ୍ତୁ ଏପ୍ରିଲ ୧ ରୁ କ’ଣ ହେବ ମହଙ୍ଗା ଓ କ’ଣ ଶସ୍ତା....

ଏ ବର୍ଷର ନୂଆ ବଜେଟ୍‌ରେ ଘୋଷିତ ହୋଇଥିବା ବହୁ ଜିନିଷର ମୂଲ୍ୟ ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିଯିବ। ଜାଣନ୍ତୁ କେଉଁ ଜିନିଷ ଗୁଡ଼ିକ ଶସ୍ତା ହେଉଛି ଓ କେଉଁ ସବୁ ଜିନିଷ ପାଇଁ ଆପଣଙ୍କୁ ଅଧିକ ପଇସା ଦେବା ପାଇଁ ପଡ଼ିବ।

 

ଟିଭି ଓ ସ୍ମାର୍ଟ୍‌ଫୋନ୍‌: କଷ୍ଟମ୍‌ ଡ୍ୟୁଟି ବଢ଼ିଯିବା କାରଣରୁ ବିଦେଶୀ ମୋବାଇଲ୍‌ ଓ ଟି ଭି ଭଳିଆ ଜିନିଷ ଆଦି ମହଙ୍ଗା ହେବାକୁ ଯାଉଛି।

ନିତିଦିନ ବ୍ୟବହୃତ ଜରୁରୀ ଜିନିଷ: ଔଷଧ, ମୋବାଇଲ ଚାର୍ଜର୍‌, ଆର୍‌ଓ, ଲୁଣ, ଦିଆଶିଲି, ଏଲ୍‌ଇଡି, ଏଚ୍‌ଆଇଭି ଔଷଧ ଓ ଅନ୍ୟାନ୍ୟ ଜିନିଷ ଯେମିତିକି ସିଲ୍‌ଭର୍‌ ଫଏଲ୍‌ ଓ ଦେଶ ଭିତରେ ତିଆରି ହେଉଥିବା ହୀରା।

ଜୋତା, ଚଷମା ଓ ଅନ୍ୟାନ୍ୟ ଜିନିଷ: ଚମଡ଼ା ଜୋତା, ଚମଡ଼ା ଜିନିଷ, ଅତର, ଆଫ୍ଟର୍‌ସେଭ୍‌, ଡିଓଡ୍ରାଣ୍ଟ୍‌, ସ୍ମାର୍ଟ୍‌ଓ୍ଵଚ୍‌, ଜୋତା, ଚଷମା ଆଦି ଜିନିଷ ପାଇଁ ଆପଣଙ୍କୁ ବର୍ତ୍ତମାନ ଅଧିକ ପଇସା ଦେବାକୁ ପଡ଼ିବ।

ସିଗାରେଟ୍‌ ଓ ଖିଇନି: ସିଗାରେଟ୍‌, ସିଗାରେଟ୍‌ ଲାଇଟର୍‌, ଜର୍ଦା, ସଗାର ଓ ଖଇନିର ମୂଲ୍ୟ ମଧ୍ୟ ଏପ୍ରିଲ ୧ରୁ ବଢ଼ିବ।

ଅନ୍‌ଲାଇନ୍‌ ଟିକିଟ୍‌: ସରକାର ଏ ବର୍ଷ ବଜେଟ୍‌ରେ ରେଳ ଇ-ଟିକଟରେ ସର୍ଭିସ୍‌ ଟ୍ୟାକ୍ସ୍‍ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ୧ ଏପ୍ରିଲରୁ ଅନ୍‌ଲାଇନ୍‌ ରେଳ ଟିକଟ ଶସ୍ତା ହେବାକୁ ଯାଉଛି।

ପିଓଏସ୍‌ ମେସିନ୍‌: ସରକାର ବର୍ତ୍ତମାନ ଅନ୍‌ଲାଇନ୍‌ ନେଣଦେଣକୁ ଅଧିକ ଗୁରୁତ୍ୱ ଦେବାରେ ଲାଗିଛି, ଏହି କାରଣରୁ ନୂଆ ଆର୍ଥିକ ବର୍ଷରୁ ପିଓଏସ୍‌ (ପଏଣ୍ଟ୍‌ ଅଫ୍‌ ସେଲ୍‌) ମେସିନ୍‌ ଶସ୍ତା ହୋଇଯିବ।

ସମ୍ବନ୍ଧିତ ଖବର