ମାନ୍ୟବରର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଅମିତାଭ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ପୋ‌ଷାକ ବ୍ରାଣ୍ଡ୍‌ ମାନ୍ୟବରର ବ୍ରାଣ୍ଡ୍ ଆମ୍ବାସଡର ଭାବେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ନିଯୁକ୍ତ ହୋଇଛନ୍ତି। ମାନ୍ୟବରର ଦୀପାବଳି କଲେକ୍ସନର ଟେଲିଭିଜନ, ଡିଜିଟାଲ ଏବଂ ସୋସିଆଲ ମିଡିଆ ବିଜ୍ଞାପନରେ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ମାନ୍ୟବର ଭଳି ବ୍ରାଣ୍ଡ୍ ସହିତ ଯୋଡ଼ି ହୋଇ ମୁଁ ଗର୍ବିତ ବୋଲି ବଚ୍ଚନ କହିଛନ୍ତି। ଏଥିସହିତ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ମାନ୍ୟବରର ବିଶ୍ବାସକୁ ବଚ୍ଚନ ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଅଭିତାଭ ବଚ୍ଚନ ମାନ୍ୟବର ବ୍ରାଣ୍ଡ୍‌କୁ ସ୍ବୀକୃତି ଦେଇଥିବାରୁ ବେଦାନ୍ତ ଫେସନ୍ସ ପ୍ରାଇଭେଟ ଲିମିଟେଡର ଏମ ଡି ରବି ବେଦାନ୍ତ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର