ମାର୍ଚ୍ଚ ୩୧ ସୁଦ୍ଧା ଆଧାର-ପାନ୍ ସଂଯୋଗ ଜରୁରୀ

ନୂଆଦିଲ୍ଲୀ: ଆୟକର ପ୍ରଦାନ କରୁଥିବା ଏବଂ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପାନ୍ କାର୍ଡ ସହିତ ଆଧାର ସଂଯୋଗକୁ ଜରୁରୀ କରାଯାଇଛି। ଏଥିପାଇଁ ଚଳିତମାସ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଆୟକର ବିଭାଗର ସୂଚନା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବରକୁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ସହିତ ଯୋଡ଼ିବାକୁ ହେବ। ଆୟକର ରିଟର୍ଣ୍ଣ ଫାଇଲ୍ କରିବା ଲାଗି ଏହା ଜରୁରୀ। ମାର୍ଚ୍ଚ ୩୧କୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଥିବାରୁ ଏଥିପାଇଁ ଲୋକଙ୍କ ହାତରେ ଖୁବ କମ ସମୟ ରହିଛି। ଏଥିସହିତ ବ୍ୟାଙ୍କ ଖାତା ସହିତ ପାନ୍‌କୁ ସଂଯୋଗ କରିବା ଲାଗି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାହେଲେ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନେ ତୁରନ୍ତ ସେମାନଙ୍କ ଆୟକର ଫେରସ୍ତ ବାବଦ ଅର୍ଥ ପାଇପାରିବେ।

ସମ୍ବନ୍ଧିତ ଖବର