ମାର୍ଚ୍ଚରେ ରେକର୍ଡ ଜିଏସଟି ଆଦାୟ, ୧ ଲକ୍ଷ ୬ ହଜାର କୋଟି ଟପିଲା

ନୂଆଦିଲ୍ଲୀ : ଗତ ମାର୍ଚ୍ଚମାସରେ ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟପିିଛି । ଫେବ୍ରୁଆରୀ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିଟଙ୍କା ତଳକୁ ଖସି ୯୭ ହଜାର କୋଟି ଥିବାବେଳେ ମାର୍ଚ୍ଚମାସରେ ଜିଏସଟି ରିଟର୍ଣ୍ଣ ପରିମାଣ ବୃଦ୍ଧି ପାଇଥିବାରୁ ଜିଏସଟି ଆଦାୟ ୧ ଲକ୍ଷ ୬ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

୨୦୧୭, ଜୁଲାଇ ମାସରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ଜିଏସଟି ସଂଗ୍ରହ । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ.୨୦,୩୫୩ କୋଟି, ରାଜ୍ୟ ଜିଏସଟି ଟ.୨୭,୫୨୦ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୫୦୪୧୮ କୋଟି ଟଙ୍କା ଓ ସେସ ୮୨୮୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

୨୦୧୮-୧୯ରେ ହାରାହାରି ମାସିକ ଜିଏସଟି ଆଦାୟ ୯୮,୧୧୪ କୋଟି ଟଙ୍କା ରହିଥିଲା । ତେବେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସରକାର ଜିଏସଟି ସଂଗ୍ରହ ଟାର୍ଗେଟକୁ ୧୩.୭୧ ଲକ୍ଷ କୋଟିରୁ ହ୍ରାସ କରି ୧୧.୪୭ ଲକ୍ଷ କୋଟି କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି ।

ସମ୍ବନ୍ଧିତ ଖବର