ମାର୍ଗ ଇଆର୍‌ପି-ଆଇସିଆଇସିଆଇ ବ୍ୟାଙ୍କ ସହବନ୍ଧନ

ଭୁବନେଶ୍ୱର: ଅଗ୍ରଣୀ ଆକାଉଣ୍ଟିଂ ସଫ୍ଟଓୟାର ସମାଧାନ ପ୍ରଦାନକାରୀ ମାର୍ଗ ଇଆର୍‌ପି ଲିମିଟେଡ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ସହବନ୍ଧନ ଜରିଆରେ ମାର୍ଗର ଆକାଉଣ୍ଟିଂ ସଫ୍ଟଓୟାର ବ୍ୟବହାର କରୁଥିବା ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନେ ସମନ୍ଵିତ ପେମେଣ୍ଟ ସୁବିଧା ପ୍ଲାଟଫର୍ମ ହାସଲ କରିପାରିବେ। ଭୁବନେଶ୍ୱର ସମେତ ସାରା ଦେଶରେ ମାର୍ଗ ଇଆର୍‌ପିର ଥିବା ୯ ଲକ୍ଷରୁ ଅଧିକ ଗ୍ରାହକ ଏହା ଦ୍ୱାରା ଲାଭବାନ ହେବେ ବୋଲି ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପ ବାଗ୍‌ଚି ଓ ମାର୍ଗ ଇଆର୍‌ପିର ସିଏମ୍‌ଡି ଅନୁପ ଠାକୁର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର