ନୂଆଦିଲ୍ଲୀ: ଗୁରୁବାର ମାରୁତି ସୁଜୁକି ତା’ର ବହୁପ୍ରତିକ୍ଷୀତ ନୂଆ‘ସୁଇଫ୍ଟ’ ବଜାରକୁ ଛାଡ଼ିଛି। ୨୦୧୮ ଅଟୋ ଏକ୍ସପୋରେ ମାରୁତି ସୁଜୁକି ପକ୍ଷରୁ ଏହାର ବଜାର ପ୍ରବେଶ କରାଯାଇଛି। ସୁଇଫ୍ଟର ଏହି ନୂଆ ମଡ଼େଲର ଦର ୪.୯୯ ଲକ୍ଷ ଟଙ୍କାରୁ(ଏକ୍ସ ସୋରୁମ୍ ପ୍ରାଇସ୍) ଆରମ୍ଭ ହୋଇଛି। ଏହାର ସବୁଠାରୁ ଦାମିକା ମଡ଼େଲର ଦର ରହିଛି ୭.୯୬ ଲକ୍ଷ ଟଙ୍କା। ମାରୁତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ , ନୂଆ ସୁଇଫ୍ଟ ୧୨ଟି ଭେରିଆଣ୍ଟରେ ଏବଂ ୬ଟି ରଙ୍ଗରେ ଉପଲବ୍ଧ ହୋଇଛି। ଗତ ଜାନୁଆରିରୁ ଏହାର ବୁକିଂ ଆରମ୍ଭ ହୋଇଥିଲେ ହେଁ ସୁଇଫ୍ଟ ନୂଆ ମଡ଼େଲ୍ ବଜାର ପ୍ରବେଶ କରି ନ ଥିଲା।
/sambad/media/post_attachments/wp-content/uploads/2018/02/auto-expo-2018_827x510_81515482102-300x185.jpg)
ସୁଇଫ୍ଟର ଏହି ନୂଆ ମଡ଼େଲ୍ ଉଭୟ ପେଟ୍ରୋଲ୍ ଓ ଡ଼ିଜେଲ୍ ଭର୍ସନରେ ମିଳୁଛି। ୨୦୦୫ ମସିହାରେ ପ୍ରଥମେ ସୁଇଫ୍ଟ ବଜାରକୁ ଆସିବା ପରେ କ୍ରେତାମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଇତିମଧ୍ୟରେ ୧୮ ଲକ୍ଷ ସୁଇଫ୍ଟକାର ମାରୁତି ସୁଜୁକି ବିକ୍ରୟ କରିସାରିଛି।
ତଥ୍ୟ ଅନୁସାରେ , ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଶ୍ରେଷ୍ଠ ୫ କାର ମଧ୍ୟରେ ରହିଛି ‘ସୁଇଫ୍ଟ। ଆଭ୍ୟନ୍ତରୀଣ କାର ବଜାରର ୩୫ ପ୍ରତିଶତ ଅଂଶ ସୁଇଫ୍ଟ ଅଧିକାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/62832945.jpg)