ମାର୍କ ଜୁକରବର୍ଗ ବିଶ୍ୱର ୩ୟ ଧନଶାଳୀ ବ୍ୟକ୍ତି, ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ : ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବେ ବିଶ୍ୱର ୩ୟ ସବୁଠାରୁ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ସେ ଆମେରିକୀୟ ବିଲିୟନାରୀ ତଥା ଓ୍ଵାର୍କସାୟାର ହାଥେଓ୍ଵର ମୁଖ୍ୟ ଓ୍ଵାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି । ଜୁକରବର୍ଗଙ୍କ ମୋଟ ସଂପତ୍ତିର ପରିମାଣ ଏବେ ୮୧.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଯାହାକୁ ବଫେଟଙ୍କ ସଂପତ୍ତିଠାରୁ ୩୭୩ ନିୟୁତ ଡଲାର ଅଧିକ ବୋଲି ବ୍ଲୁମ୍ବର୍ଗ ବିଲିୟନାରୀ ଇଣ୍ଡେକ୍ସରୁ ଜଣାପଡିଛି । ନିକଟରେ ଫେସବୁକର ସେୟାର ମୂଲ୍ୟ ବୃଦ୍ଧି ପାଇଥିବାରୁ ଜୁକରବର୍ଗଙ୍କ ସଂପତ୍ତି ପରିମାଣ ବଢିଥିବା ଜଣାପଡିଛ । ଏହି ତାଲିକାର ପ୍ରଥମ ସ୍ଥାନରେ ଆମାଜନର ମୁଖ୍ୟ ଜେଫ ବେଜୋସ । ଜେଫ ବେଜୋସ ବିଶ୍ୱର ୧ ନଂ ଧନୀ ହୋଇଥିବାବେଳେ ତାଙ୍କର ମୋଟ ସଂପତ୍ତିର ପରିମାଣ ୧୪୪.୮ ବିଲିୟନ ଡଲାର । ୨ ନମ୍ବର ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ପରିମାଣ ୯୨.୮ ବିଲିୟନ ଡଲାର । ପ୍ରଥମ ଥର ପାଇଁ ବିଶ୍ୱର ଧନୀ ତାଲିକାର ପ୍ରଥମ ୩ଟି ସ୍ଥାନରେ ଟେକନଲୋଜୀ କମ୍ପାନିର ମୁଖ୍ୟମାନେ ଅଛନ୍ତି ।

ସମ୍ବନ୍ଧିତ ଖବର