ଏଣିକି ଫେସବୁକରୁ କାହାରି କଥାବାର୍ତ୍ତାର ସ୍କ୍ରିନସଟ ନେବା ମହଙ୍ଗା ପଡ଼ିପାରେ

 ନୂଆଦିଲ୍ଲୀ: ଫେସବୁକ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । ଫେସବୁକ୍ ସାହାଯ୍ୟରେ ଆମେ ଆମର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଯୋଡ଼ି ହୋଇଥାଉ। ଏହି ଆପ୍ଲିକେସନ୍ ସାରା ବିଶ୍ୱରେ ଡିଜିଟାଲ୍ ରିଭୋଲ୍ୟୁସନ୍ ଆଣିବା ପାଇଁ କାର୍ଯ୍ୟ କରିଛି । ଏହା ମାଧ୍ୟମରେ ଆମେ ଆମର ଚିନ୍ତାଧାରା, ଆମର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାଉ। ଏହା ବ୍ୟତୀତ ଫେସବୁକ ଜରିଆରେ ଆମେ ସାଙ୍ଗ ଏବଂ ପରିବାର ସହିତ ମେସେଜ କରି କଥାବର୍ତ୍ତା ମଧ୍ୟ ହୋଇଥାଉ।

ସମୟସମୟରେ ଫେସବୁକରେ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ହୋଇଥିବା କଥାର ସ୍କ୍ରିନସଟ  ମଧ୍ୟ ଆମେ ନେଇଥାଉ । ଅନେକ ସମୟରେ କଥାହେବା ସମୟରେ ଏମିତି କିଛି କଥା ହେଉଥାଉ ଯାହାର ସ୍କ୍ରିନସଟ ଭାରି ପଡ଼ିଯାଇଥାଏ। ଏଣିକି ସ୍କ୍ରିନସଟ ନେବା ମହଙ୍ଗା ପଡ଼ିପାରେ।

ମେଟା ଭର୍ସ ଏବଂ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଫେସବୁକ୍ ପାଇଁ ଏକ ନୂତନ ଘୋଷଣା କରିଛନ୍ତି। ସେ ନୂତନ ଅପଡେଟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଚାଟର ସ୍କ୍ରିନସଟ୍ ନେଉଥିବା ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ହ୍ବାଟସଆପ ପରି ଏଣିକି ଫେସବୁକରେ ମଧ୍ୟ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ସୁବିଧା ଉପଲବ୍ଧ ହେବ ।

ଯଦି ଜଣେ ବ୍ୟକ୍ତି ସ୍କ୍ରିନସଟ୍ ନିଅନ୍ତି, ତେବେ ଯେଉଁ ଲୋକଙ୍କ ଚାଟର ଆପଣ ସ୍କ୍ରିନସଟ ନେଇଛନ୍ତି ସେହି ଲୋକ ପାଖରେ ଏହାର ନୋଟିଫିକେସନ ପହଞ୍ଚିଯିବ।

ଏହା ବ୍ୟତୀତ ଫେସବୁକରେ ଆଉ କିଛି ଫିଚର ଯୋଡା ଯାଇଛି। ଯେମିତି କି ଜିଆଇଏଫ, ଷ୍ଟିକର୍ସ ଏବଂ ଇନକ୍ରିପ୍ଟେଡ୍ ଚାଟ୍ ।

ସମ୍ବନ୍ଧିତ ଖବର