ମୁମ୍ବାଇ : ବ୍ୟାଙ୍କିଙ୍ଗ, ରିଅଲ୍ଟି ଏବଂ ଆଇଟି ଷ୍ଟକରେ ହ୍ରାସ ଯୋଗୁଁ (୨୮ ଜୁଲାଇ ୨୦୨୫) ସୋମବାର ଦିନ ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ବିଶେଷକରି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ବାରା ଛଟେଇ ଖବର ଆସିବା ପରେ ତାହାର ପ୍ରଭାବରେ ବଜାରରେ ହ୍ରାସ ଦେଖାଦେଇଛି। ବିଏସଇର ସୂଚକାଙ୍କ ସେନସେକ୍ସ ୫୭୨.୦୭ ପଏଣ୍ଟ ହ୍ରାସ ପାଇ ୮୦,୮୯୧.୦୨ ରେ ବନ୍ଦ ହୋଇଥିଲା। ଯେତେବେଳେ କି ଏନଏସଇର ନିଫ୍ଟି -୦ ମଧ୍ୟ ୧୫୬.୧୦ ପଏଣ୍ଟ ହ୍ରାସ ପାଇ ୨୪,୬୮୯.୯୦ ରେ ବନ୍ଦ ହୋଇଥିଲା।
ଆଜି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଷ୍ଟକ ୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯାହା ଗତ ପନ୍ଦର ମାସ ମଧ୍ୟରେ ଏକ ବଡ଼ ହ୍ରାସ। ଯେତେବେଳେ ଟିସିଏସରେ ୧୨୦୦୦ କର୍ମଚାରୀଙ୍କ ଛଟେଇ ଖବର ଆସିବା ପରେ ଏହାର ସେୟାର ହ୍ରାସ ପାଇଥିଲା। ଟିସିଏସ ସେୟାର ୧.୭୬ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପକ୍ଷରେ, ମୁନାଫ ହାସଲ କରିଥିବା ଷ୍ଟକ୍ ମଧ୍ୟରେ ହିନ୍ଦୁସ୍ତାନ ୟୁନିଲିଭର, ଏସିଆନ୍ ପେଣ୍ଟସ୍, ଆଇସିଆଇସିଆଇ ବ୍ୟାଙ୍କ, ପାୱାର ଗ୍ରୀଡ୍, ଏଚଡଏଫସି ବ୍ୟାଙ୍କ ଏବଂ ଆଇଟିସି ଅନ୍ତର୍ଭୁକ୍ତ।
ରବିବାର ଖବର ଆସିଥିଲା ଯେ ଟିସିଏସ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହି ସଂଖ୍ୟା ୧୨,୦୦୦ ରୁ ଅଧିକ ହେବା ଅଟକଳ କରାଯାଉଛି ।