ଭୁବନେଶ୍ବର : ଆସନ୍ତା ନଭେମ୍ବର ସୁଦ୍ଧା ଦୁଇ ଚକିଆ ଯାନ ବିକ୍ରିରେ ସୁଧାର ହେବ। ଦୀପାବଳି ବେଳକୁ କରୋନା ମହାମାରୀ ପୂର୍ବ ଭଳି ଅବସ୍ଥା ଫେରି ଆସିବ ବୋଲି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି। ଏକ ଟେଲିଫୋନ୍ କନଫରେନ୍ସ ଜରିଆରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ବିଶ୍ବର ଅନେକ ସ୍ଥାନରେ ଦୁଇଚକିଆ ଯାନ ବିକ୍ରିରେ ସୁଧାର ହୋଇସାରିଲାଣି। ମାତ୍ର ଏସିଆରେ ସ୍ଥିତି ଏବେବି ଖରାପ ରହିଛି। ଭାରତରେ ଦୀପାବଳି ବେଳକୁ ସ୍ଥିତି ସୁଧୁରିଯିବ ବୋଲି ମୁଁ ଆଶା କରୁଛି। ଭାରତରେ ବିଏସ୍-୬ ନିୟମ ଲାଗୁ ହୋଇଥିବାରୁ ଏଠାରୁ ରପ୍ତାନି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ବିଏସ୍-୬ ଗାଡ଼ିଗୁଡ଼ିକୁ କଂପାନି ଉଭୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପଠାଇପାରିବ। ବର୍ତମାନ ହୋଣ୍ଡା ଭାରତରୁ ନେପାଳ, ଶ୍ରୀଲଙ୍କ ଓ ଲାଟିନ୍ ଆମେରିକାକୁ ଗାଡ଼ି ରପ୍ତାନି କରୁଛି। ବିଏସ୍-୬ ମଡେଲ୍କୁ ଆମେ ପ୍ରାୟ ସବୁ ଦେଶକୁ ରପ୍ତାନି କରିପାରିବୁ ବୋଲି ଶ୍ରୀ ଓଗାତା କହିଛନ୍ତି। ଇଲେକ୍ଟ୍ରିକ୍ ଯାନ ଯୋଜନା ସମ୍ପର୍କରେ ସେ କହିଛନ୍ତି, ଭାରତ ଏବେ ସୁଦ୍ଧା ଇଲେକ୍ଟ୍ରିକ୍ ଯାନ ପାଇଁ ପ୍ରସ୍ତୁତ ହୋଇନାହିଁ। ଚାର୍ଜିଂ ଷ୍ଟେସନକୁ ନେଇ ସମସ୍ୟା ରହିଛି। ବ୍ୟାଟେରି ବଦଳାଇବା ଲାଗି ଯେଉଁଭଳି ବ୍ୟବସ୍ଥା ଦରକାର ତାହା ବିକଶିତ ହୋଇନାହିଁ। ବାଣିଜ୍ୟିକ ଦୃଷ୍ଟିକୋଣରୁ ଇଲେକ୍ଟ୍ରିକ୍ ଯାନ ଲାଭଦାୟକ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ନିର୍ଦେଶକ-ବିକ୍ରୟ ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ ଉପସ୍ଥିତ ଥିଲେ।
ଦୀପାବଳିରେ ବଜାର ସୁଧୁରିବ: ହୋଣ୍ଡା ସିଇଓ
/sambad/media/post_attachments/wp-content/uploads/2020/08/honda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)