ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକି ଏହାର ଲୋକପ୍ରିୟ ତଥା ସଫଳ ମଡେଲ୍ ୱାଗନ୍ଆର୍ର ଏକ ବଡ଼ ମଡେଲ୍ ବଜାରକୁ ଆଣିବା ଉପରେ କାମ କରୁଛି। ମଲ୍ଟି ପର୍ପସ୍ ଭେହିକିଲ୍ (ଏମ୍ପିଭି) ବା ବିବିଧ ବ୍ୟବହାରଯୋଗ୍ୟ ଯାନ ଭାବେ ଏହି ଗାଡ଼ିକୁ ପ୍ରସ୍ତୁତ କରାଯାଉଛି। ଏଥିରେ ସାତଟି ସିଟ୍ ରହିବ। ଦେଶର ଗାଡ଼ି ବଜାରରେ ଏହା ଏକ ସମ୍ପୂର୍ଣ୍ଣ ନୂଆ ବର୍ଗ ସୃଷ୍ଟି କରିବ ବୋଲି କୁହାଯାଉଛି। ମାରୁତିର ନୂଆ ୱାଗନ୍ଆର୍ରେ ୧.୨ ଲିଟର୍ ଚାରି ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ ରହିବ। ଏହା ଉଭୟ ମାନୁଆଲ୍ ଏବଂ ଅସ୍ବୟଚାଳିତ ଟ୍ରାନ୍ସମିସନ୍ ବିକଳ୍ପ ସହିତ ଉପଲବ୍ଧ ହେବ। ଭବିଷ୍ୟତରେ ଏହାର ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ମଡେଲ୍ ମଧ୍ୟ ବଜାରକୁ ଆସିବ। ଏହି ଗାଡ଼ିର ଭିତର ପାର୍ଶ୍ବ ଅତ୍ୟନ୍ତ ଆକର୍ଷଣୀୟ ରହିବ ଏବଂ ଏଥିରେ ଟଚ୍ସ୍କ୍ରିନ୍ ନାଭିଗେସନ୍ ବ୍ୟବସ୍ଥା ଖଞ୍ଜାଯିବ। ଏହି ଗାଡ଼ିର ମୂଲ୍ୟ ୫-୬ ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଅନୁମାନ କରାଯାଉଛି। ଜୁନରେ କଂପାନି ନୂଆ ୱାଗନ୍ଆର୍କୁ ଉନ୍ମୋଚନ କରିପାରେ। ମାରୁତି ପକ୍ଷରୁ ଟଲ୍ ବଏ ମଡେଲ୍ ଭାବେ ୱାଗନ୍ଆର୍କୁ ଅତୀତରେ ଉନ୍ମୋଚନ କରାଯାଇଥିଲା। ଏହା ଗ୍ରାହକଙ୍କ ଦ୍ବାରା ବେଶ ଗ୍ରହଣୀୟ ହୋଇଥିଲା। ଆଜି ପର୍ଯ୍ୟନ୍ତ ଗ୍ରାହକମାନଙ୍କ ମଧ୍ୟରେ ୱାଗନ୍ଆର୍ର ଲୋକପ୍ରିୟତା ରହିଛି।
ମାରୁତି ଆଣିବ ୭ ସିଟର୍ ୱାଗନ୍ଆର୍
/sambad/media/post_attachments/wp-content/uploads/2019/05/maruti-wagner.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)