ମାରୁତି କାର୍‌ ଦାମ୍ ୧୦ ହଜାର ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ମାରୁତି ସୁଜୁକିର ବିଭିନ୍ନ ମଡେଲ୍‌ର କାର୍‌ ମୂଲ୍ୟରେ ୧୦ ହଜାରା ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଆଜିଠାରୁ ନୂତନ ଦରକୁ ଲାଗୁ କରାଯାଇଛି। କାର୍‌ ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଓ ଡଲାରର ବିନିମୟ ମୂଲ୍ୟରେ ହୋଇଥିବା ବୃଦ୍ଧିକୁ ଦୃ୍ଷ୍ଟିରେ ରଖି କଂପାନି ଏହାର ବିଭିନ୍ନ ମଡେଲ୍‌ ଦର ବଢ଼ାଇଛି। ଦର ବୃଦ୍ଧି ସଂକ୍ରାନ୍ତରେ ମାରୁତି ସୁଜୁକି ପକ୍ଷରୁ ଗତ ମାସରେ ସୂଚନା ଦିଆଯାଇଥିଲା। କିନ୍ତୁ କେଉଁ ମଡେଲ୍‌ ଦର କେତେ ବଢ଼ିବ ତାହା କୁହାଯାଇନଥିଲା। ମାରୁତି ପକ୍ଷରୁ ଅଲ୍‌ଟୋ ୮୦୦ ଭଳି କାର୍‌ ଠାରୁ ଆରମ୍ଭ କରି ଏସ୍‌-କ୍ରସ୍‌ ଭଳି ପ୍ରିମିୟମ୍ କ୍ରସ୍‌ଓଭର୍‌ ପର୍ଯ୍ୟନ୍ତ ଅନେକ ମଡେଲ୍‌ର କାର୍‌ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର