ଏପ୍ରିଲ୍‌ରୁ ମାରୁତି କାର୍‌ ଦାମ୍ ବଢ଼ିବ

ନୂଆଦିଲ୍ଲୀ: ମାରୁତି ସୁଜୁକି ଏହାର କାର୍‌ଗୁଡ଼ିକର ଦାମ୍ ଏପ୍ରିଲ୍‌ରେ ବଢ଼ାଇବ ବୋଲି ଘୋଷଣା କରିଛି। କାର୍‌ ଉତ୍ପାଦନ‌ରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବାରୁ କଂପାନି ଗାଡ଼ି ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ତେବେ କେଉଁ ମେଡଲ୍‌ର ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନି। ଚଳିତ ବର୍ଷ ଜାନୁଆରିରେ କଂପାନି ଏହାର କାର୍‌ଗୁଡ଼ିକର ଦାମ୍‌ରେ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲା। ବର୍ତ୍ତମାନ କଂପାନି ଅଲ୍‌ଟୋ, ଏସ୍‌-ପ୍ରେସୋ, ୱାଗନ୍‌ଆର୍‌, ସେଲେରିଓ, ଇଗ୍ନିସ୍‌, ସ୍ବିଫ୍ଟ, ବାଲେନୋ, ଡିଜାୟାର, ଜିପ୍‌ସି, ଏର୍ଟିଗା, ଏସ୍‌-କ୍ରସ୍‌, ଭିଟାରା ବ୍ରିଜା, ଏକ୍ସଏଲ୍‌୬, ସିଆଜ୍ ଓ ଇକୋ ବ୍ରାଣ୍ଡ୍‌ର କାର୍‌ ବିକ୍ରି କରୁଛି।

ସମ୍ବନ୍ଧିତ ଖବର