ବଲେନୋ କାର୍‌ ମୂଲ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇଲା ମାରୁତି-ସୁଜୁକୀ

ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ବିଭିନ୍ନ ମଡେଲର ଦର କମାଇଥିବା ମାରୁତି ସୁଜୁକୀ ନିଜର ହ୍ୟାଚବ୍ୟାକ କାର୍‌ ବଲେନୋ-ଆରଏସର ପ୍ରାୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ଏହି ଦର ହ୍ରାସ ପରେ ବଲେନୋ ମୂଲ୍ୟ ୭ ଲକ୍ଷ ୮୮ ହଜାର (ଏକ୍ସ-ଶୋରୁମ ମୂଲ୍ୟ ଦିଲ୍ଲୀ) କୁ ହ୍ରାସ ପାଇବ । ମାରୁତି ପକ୍ଷରୁ ଦର ହ୍ରାସ ପରେ ଅନ୍ୟ କାର କମ୍ପାନିମାନେ ମଧ୍ୟ ଦର କମାଇବାର ସମ୍ଭାବନା ରହିଛି ।

ଗତ ବୁଧବାରଦିନ ମାରୁତି ସୁଜୁକୀ ସୁଜୁକି ନିଜର ବିଭିନ୍ନ ମଡେଲର ଦର ୫ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲା । ଦର ହ୍ରାସ ହୋଇଥିବା ମଡେଲଗୁଡିକ ହେଲା ଅଲଟୋ ୮୦୦,ଅଲଟୋ କେ୧୦,ସ୍ୱିଫ୍ଟ ଡିଜେଲ,ସେଲେରିଓ ବଲେନୋ ଡିଜେଲ, ଇଗନାଇସ, ଡିଜାୟାର ଡିଜେଲ,ଟୁର ଏସ ଡିଜେଲ,ଭିଟାରା ବ୍ରେଜା ଓ ଏସ-କ୍ରସ । ପୂର୍ବରୁ କମ୍ପାନି ପକ୍ଷରୁ ଘୋଷିତ ପ୍ରୋମୋସନାଲ ଅଫର ରିହାତି ମଧ୍ୟ ଏହା ଉପରେ ଲାଗୁହେବ । ଏହି ଦର ହ୍ରାସ ପରେ ମାରୁତି ଚଳିତ ପାର୍ବଣ ଋତୁରେ ନିଜର ବିକ୍ରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର