ମାରୁତି ଆଣିବ ଦୁଇଟି ନୂଆ ମଡେଲ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷରେ ଦୁଇଟି ନୂଆ ମଡେଲ ଗାଡ଼ି ବଜାରକୁ ଅଣାଯିବ। ୨୦୧୯-୨୦ରେ ଏହି ନୂଆ ଗାଡ଼ିର ଉନ୍ମୋଚନ କରାଯିବ ବୋଳି କମ୍ପାନିର ଅଧ୍ୟକ୍ଷ ଆର୍. ସି. ଭାର୍ଗବ କହିଛନ୍ତି। ଏଥସହିତ ୨୦୧୮-୧୯ର ଚତୁର୍ଥ ତ୍ରୟମାସରେ ମଧ୍ୟ କମ୍ପାନି ‌ଏକ ନୂଆ ଗାଡ଼ି ଆଣିବ। ଏହି ଗାଡ଼ିଟି ୱାଗନଆର୍‌ର ନୂଆ ଭର୍ସନ ହେବ ବୋଲି ଆଶା ରଖାଯାଇଛି। ୨୦୧୮-୧୯ରେ କମ୍ପାନି ଏର୍ଟିଗା ଓ ସିଆଜର ବଜାର ପ୍ରବେଶ କରାଯାଇଛି।

ସମ୍ବନ୍ଧିତ ଖବର