ଜାନୁୟାରିରୁ ବଢିପାରେ ମାରୁତି କାରର ମୂଲ୍ୟ!

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ କାର ନିର୍ମାତା ମାରୁତି ସୁଜୁକି ଖୁବ୍ ଶୀଘ୍ର ଏହାର ଗାଡ଼ିଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। କମ୍ପାନୀ କହିଛି ଯେ ସେମାନଙ୍କର ଇନପୁଟ୍ ମୂଲ୍ୟ (ଖର୍ଚ୍ଚ) ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନେବାକୁ ପଡିବ | ତେବେ ମାରୁତିର ଏହି ନିଷ୍ପତ୍ତି ପରେ ଅନ୍ୟ ଅଟୋ କମ୍ପାନୀଗୁଡିକ ମଧ୍ୟ ଶୀଘ୍ର ମୂଲ୍ୟ ବୃଦ୍ଧି ବାବଦରେ ଘୋଷଣା କରିପାରନ୍ତି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇ ମାରୁତି ସୁଜୁକି କହିଛି ଯେ ଗତ ଏକ ବର୍ଷ ମଧ୍ୟରେ ଗାଡି ଉତ୍ପାଦନ ମୂଲ୍ୟ ବୃଦ୍ଧି ପାଇଛି | କାରଣ କଞ୍ଚାମାଲର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି, ଯାହାର ଚାପ ଗାଡି ନିର୍ମାଣ ଉପରେ ପଡିଛି | କମ୍ପାନୀ କହିଛି ଯେ ଉତ୍ପାଦନ ମୂଲ୍ୟ ବଢ଼ିଥିବାରୁ ଜାନୁଆରୀ ୨୦୨୧ ରୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ଯାନବାହାନର ମୂଲ୍ୟ ବୃଦ୍ଧି ବିଭିନ୍ନ ମଡେଲ ପାଇଁ ଭିନ୍ନ ହେବ |

ସୂଚନା ଥାଉ କି ଗତ ବର୍ଷ ମଧ୍ୟ କମ୍ପାନୀ ଜାନୁୟାରୀ ୧, ୨୦୨୦ ରୁ ଗାଡିର ମୂଲ୍ୟ ବୃଦ୍ଧି କରିଥିଲା। କମ୍ପାନୀ କିଛି ମଡେଲରେ ୪.୭ ପ୍ରତିଶତ ବୃଦ୍ଧି କରିଥିଲା ​​| କମ୍ପାନୀ ଏଣ୍ଟ୍ରି ଲେବଲ୍ ହ୍ୟାଚବ୍ୟାକ୍ ଅଲ୍ଟୋର ମୂଲ୍ୟ ୬ ରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିଥିବାବେଳେ ଏସ-ପ୍ରେସୋ ମୂଲ୍ୟ ୧୫୦୦ ରୁ ୮୦୦୦ ଟଙ୍କା, ୱାଗନ୍ ଆର ମୂଲ୍ୟ ୧୫୦୦ ରୁ ୪୦୦୦ ଟଙ୍କା ବୃଦ୍ଧି କରିଥିଲା |

ସମ୍ବନ୍ଧିତ ଖବର