ମାରୁତିର ନୂଆ ‘ଏସ୍‌-କ୍ରସ୍‌’

ନୂଆଦିଲ୍ଲୀ: ମାରୁତି ସୁଜୁକିର ଉନ୍ନତ ଧରଣର ଏସ୍‌-କ୍ରସ୍‌କୁ ଉନ୍ମୋଚନ କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ ମୂଲ୍ୟ ୮.୪୯ ଲକ୍ଷ ଟଙ୍କା ରହିଛି। ଏହାର ଚାରିଟି ଭାରିଆଣ୍ଟ୍‌ ରହିଛି। ଶ୍ରେଷ୍ଠ ଭାରିଆଣ୍ଟ୍‌ର ମୂଲ୍ୟ ୧୧.୨୯ ଲକ୍ଷ ଟଙ୍କା ରଖାଯାଇଛି। ନୂଆ ଏସ୍‌-କ୍ରସ୍‌ ସମ୍ପର୍କରେ କଂପାନିର ଏମ୍‌ଡି ଏବଂ ସିଇଓ କେନିଚି ଆୟୁକାଓ୍ଵା କହିଛନ୍ତି ଯେ ଆମର ପରିବର୍ତ୍ତନର ଯାତ୍ରାରେ ଏସ୍‌-କ୍ରସ୍‌ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ନୂଆ ଏସ୍‌-କ୍ରସ୍‌ରେ ପ୍ରଦୂଷଣ କମ୍‌ ହେବ। ଏଥିରେ ସ୍ମାର୍ଟ ହାଇବ୍ରିଡ୍‌ ସହିତ ଡିଡିଆଇଏସ୍‌୨୦୦ ବ୍ୟବହାର କରାଯାଇଛି ଯାହା ପ୍ରଦୂଷଣ ମାତ୍ରା କମ୍‌ କରିବାରେ ସହାୟକ ହେବ। ପ୍ରିମିୟମ୍‌ ସହରାଞ୍ଚଳ କ୍ଷେତ୍ରରେ କଂପାନିର ସ୍ଥିତିକୁ ଏସ୍‌-କ୍ରସ୍‌ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ଆୟୁକାଓ୍ଵା ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର