ବ୍ରେକ୍‌ରେ ସମସ୍ୟା ହେତୁ ମାରୁତି ନୂଆ ସ୍ୱିଫ୍ଟ ଓ ବଲେନୋକୁ ଫେରାଇ ଆଣିବ, ମାଗଣାରେ ବଦଳାଇବ ବ୍ରେକ୍‌ ଯନ୍ତ୍ରାଂଶ

ନୂଆଦିଲ୍ଲୀ: ମାରୁତି ସୁଜୁକି ଡିସେମ୍ବର ୨୦୧୭ରୁ ୨୦୧୮ ମାଚ୍ଚ୍‌ର୍ ୧୬ ତାରିଖ ଭିତରେ ପ୍ରସ୍ତୁତ ହୋଇଥିବା ସ୍ୱିଫ୍ଟ ଓ ବଲେନୋ କାର୍‌ର ବ୍ରେକ୍‌ ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇ ସେଗୁଡ଼ିକୁ ସଜାଡିବା ଲାଗି ଏକ କ୍ୟାମ୍ପେନ୍‌ ଲଞ୍ଚ କରିଛି। ଏହା ଫଳରେ ବଜାରରେ ବିକ୍ରି ହୋଇଥିବା ୫୨,୬୮୬ଟି ସ୍ୱିଫ୍ଟ ଓ ବଲେନୋକୁ ପୁଣି ସର୍ଭିସ୍‌ ସେଣ୍ଟରକୁ ଫେରାଇ ଆଣି ମରାମତି ଲାଗି ଆହ୍ଵାନ କରିଛି ମାରୁତି। ଅନ୍ୟ ଅନ୍ତର୍ଜାତୀୟ କାର ନିର୍ମାତାଙ୍କ ଭଳି ମାରୁତିର ଏହି ସର୍ଭିସ୍‌ କ୍ୟାମ୍ପେନ୍‌ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱସନୀୟତା ସୃଷ୍ଟି ଲାଗି ଉଦ୍ଦିଷ୍ଟ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ମେ ୧୪ ତାରିଖଠାରୁ ମାରୁତି ତା’ର ଡିଲର ନେଟଓ୍ଵାର୍କ ମାଧ୍ୟମରେ ସ୍ୱିଫ୍ଟ ଓ ବଲେନୋ ଗ୍ରାହକଙ୍କୁ ଯୋଗାଯୋଗ କରି ବ୍ରେକ୍‌ ଯନ୍ତ୍ରାଂଶରେ ଥିବା ତ୍ରୁଟିକୁ ସୁଧାରିବା ସହ ମାଗଣାରେ ତ୍ରୁଟିଯୁକ୍ତ ପାର୍ଟସ୍‌କୁ ବଦଳାଇବ। ଏଥିପାଇଁ କମ୍ପାନି ପକ୍ଷରୁ ଏକ େଓ୍ଵବ୍‌ପେଜ୍‌ ଖୋଲାଯାଇଛି। ଡିସେମ୍ବର ୨୦୧୭ ରୁ ମାଚ୍ଚ୍‌ର୍ ୧୬ ମାଧ୍ୟମରେ ସ୍ୱଫ୍ଟ ଓ ବଲେନୋ କିଣିଥିବା ଗ୍ରାହକମାନେ ଗାଡ଼ିର ଚେସିସ୍‌ ନମ୍ପର ଲେଖି ରେଜିଷ୍ଟର କରିପାରିବେ। ଉଲ୍ଲେଖଯୋଗ୍ୟ କି କାର୍‌ର ଚେସିସ୍‌ ନମ୍ବର ଗାଡ଼ି କିଣିବା ସମୟରେ ଡିଲର୍‌ ଦେଇଥିବା ଇନ୍‌ଭଏସ୍‌ରେ ସୂଚିତ ହୋଇଥାଏ।

CarComparos.com

ପ୍ରକାଶ ଥାଉ କି ନୂଆ ସ୍ୱିଫ୍ଟ ଓ ବଲେନୋ ବ୍ରେକ୍‌ ଭ୍ୟାକୁମ୍‌ ହୋସରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହା ଦ୍ୱାରା ବ୍ରେକ୍‌ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିଥାଏ। ଯଦିଓ ଏହି ଗାଡ଼ି ଗୁଡ଼ିକର ବ୍ରେକ୍‌ ଠିକ୍‌ କାର୍ଯ୍ୟ କରୁଛି, କିଛି ଯେଉଁ ବେଗରେ କାମ କରିବା କଥା ସେହି ବେଗରେ କରୁନାହିଁ। ତେଣୁ ମାରୁତି ପକ୍ଷରୁ ଏହାକୁ ମାଗଣାରେ ବଦଳାଇ ଦିଆଯିବ।

ସମ୍ବନ୍ଧିତ ଖବର