ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ମାରୁତି ସୁଜୁକି ରେଳ ଜରିଆରେ ୨.୩୩ ଲକ୍ଷ କାର୍ ଦେଶର ବିଭିନ୍ନ ସ୍ଥାନକୁ ପଠାଇଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ କଂପାନି ୨୩% ଅଧିକ ଗାଡ଼ି ଟ୍ରେନ୍ ଜରିଆରେ ପଠାଇଛି। ଗତ ଆଠ ବର୍ଷ ଭିତରେ କଂପାନି ୧୧ ଲକ୍ଷ ଗାଡ଼ି ଟ୍ରେନ୍ ଜରିଆରେ ପରିବହନ କରିଛି। ଏହି ସବୁ ଗାଡ଼ି ପରିବହନ କରିବା ଲାଗି ୧,୫୬,୦୦ ଟ୍ରକ୍ ଓ ୧୭୪ ନିୟୁତ ଲିଟର ତେଲ ଦରକାର ପଡ଼ିଥାନ୍ତା। ଏଥିସହିତ କଂପାନି ୪,୮୦୦ ଟନ୍ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିଛି।
୨୦୧୪-୧୫ରେ କଂପାନି ୬୬ ହଜାର ଗାଡ଼ି ଟ୍ରେନ୍ ଜରିଆରେ ପଠାଇଥିଲା। ପର୍ଯ୍ୟାୟକ୍ରମେ ଏହା ଗାଡ଼ି ସଂଖ୍ୟା ବୃଦ୍ଧି କରି ୨୦୨୨୧-୨୨ରେ ୨.୩୩ ଲକ୍ଷରେ ପହଞ୍ଚାଇଛି। ଟ୍ରେନ୍ ଜରିଆରେ ଆହୁରି ଅଧିକ ଗାଡ଼ି ପରିବହନ କରିବା ଲାଗି ଗୁଜରାଟ ଓ ହରିୟାଣା ସରକାରଙ୍କ ସହଯୋଗରେ ମାରୁତି ସୁଜୁକି ପକ୍ଷରୁ ଯୌଥ ଉଦ୍ୟୋଗ ସ୍ଥାପନ କରି ଦୁଇଟି କାରଖାନା ପାଖ ରେଳ ସାଇଡିଂ ସ୍ଥାପନ କରିବା ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍ ଜରିଆରେ କଂପାନି ଉତ୍ତର ପୂର୍ବାଞ୍ଚଳ ଓ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଶୀଘ୍ର ଗାଡ଼ି ପହଞ୍ଚାଇପାରୁଛି। ମାରୁତି ସୁଜୁକି ହେଉଛି ପ୍ରଥମ ଗାଡ଼ି କଂପାନି ଯାହା ୨୦୧୩ରେ ଅଟୋମୋବାଇଲ୍ ଫ୍ରେଟ୍ ଟ୍ରେନ୍ ଅପରେଟର ଲାଇସେନ୍ସ ହାସଲ କରିଥିଲା। କଂପାନି ପାଖରେ ୪୧ ରେଳ ରେକ୍ ରହିଛି। ପ୍ରତି ରେକ୍ରେ ୩୦୦ରୁ ଅଧିକ ଗାଡ଼ି ପରିବହନ କରାଯାଇପାରୁଛି। ଅଗରତାଲା ଓ ସିଲ୍ଚର ଭଳି ସ୍ଥାନକୁ ସଡ଼କ ପଥରେ ଗାଡ଼ି ପଠାଇବା ଲାଗି ୧୬ ଦିନ ସମୟ ଲାଗୁଥିଲା। ଟ୍ରେନ୍ରେ ତାହା ୮ ଦିନରେ ପହଞ୍ଚିଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/car-in-train.jpg)