ଅକ୍ଟୋବରରେ ଜୋର୍‌ଦାର୍‌ ବିକ୍ରି ହୋଇଛି ମାରୁତିର ଏହି ୩ଟି କାର୍‌; ଦର କମ, ସୁବିଧା ବେଶି

ମୁମ୍ବାଇ: ଚାରିଚକିଆ ଗାଡ଼ି ଚଢ଼ିବାର ସଉକ କାହାର ବା ନାହିଁ? ଏହା ଯଦି ସମସ୍ତଙ୍କ ପକେଟକୁ ସୁହାଇବା ଭଳି ହେବ ତ କିଏ କାହିଁକି କିଣିବନି ଅବା? ଆପଣ ଜାଣିଥିବେ ଯେ କାର୍‌ କିଣିବା କଥା ପଡ଼ିଲେ ମଧ୍ୟବିତ୍ତ ପରିବାର ଲୋକଙ୍କ ଆଖିକୁ ଚାଲିଆସେ ମାରୁତି ଗାଡ଼ି। ମାରୁତି କାର୍‌ଗୁଡ଼ିକ ଖାଲି ଯେ ପକେଇଟ୍‌କୁ ସୁହାଇବା ଭଳି ତାହା ନୁହେଁ, ଏହା ସବୁଦୃଷ୍ଟିରୁ ଭଲ ହୋଇଥିବାରୁ ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସିଥାଏ।

ଜାଣିବାକୁ ମିଳିଛି ଯେ ଏହି ଅକ୍ଟୋବରରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଗାଡ଼ି ଭିତରେ ସବୁଠାରୁ ଆଗରେ ରହିଛି ମାରୁତି ସୁଜୁକି। ମାରୁଜି ସୁଜିକି ଅଲ୍‌ଟୋ ସବୁଠାରୁ ଅଧିକ ୨୧,୨୬୦ ୟୁନିଟ୍‌ ବିକ୍ରି ହୋଇଛି। ଏହି ଗାଡ଼ିଟି କମ୍ପାନିର ଅନ୍ୟ ଗାଡ଼ିଗୁଡ଼ିକୁ ବରାବର ଟକ୍କର ଦେଇଛି।

ସୂଚନାରୁ ପ୍ରକାଶ ଯେ ଦ୍ବିତୀୟ ନମ୍ବରରେ ମାରୁତି ସୁଜୁକି ବେଗନ୍‌ ଓ ତୃତୀୟ ନମ୍ବରରେ ମାରୁତି ସୁଜୁକି ସ୍ବିଫ୍‌ଟ ରହିଛି। ଏହି ଗାଡ଼ିଗୁଡ଼ିକର ମୂଲ୍ୟ ୩.୩୯ ଲକ୍ଷ ଟଙ୍କାରୁ ଆରମ୍ଭ। ଗ୍ରାହକଙ୍କ ମଧ୍ୟରେ ବ୍ରିଜା ଏବଂ ଗ୍ରେଣ୍ଡ୍‌ ବିଟାରା ପରି କାର୍‌ ପ୍ରତି ମଧ୍ୟ ରୁଚି ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଅକ୍ଟୋବରରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଅଲ୍‌ଟୋ କେ୧୦କୁ ଅପ୍‌ଗ୍ରେଡ୍‌ କରାଯାଇଛି। ଏହି ଗାଡ଼ିରେ କେ-ସିରିଜ୍ ଇଞ୍ଜିନ୍‌ ଦିଆଯାଇଛି। କମ୍ପାନି ନୂଆ ମଡେଲ୍‌ ସହିତ ପୁରୁଣା ମଡେଲ୍‌ ଅଲ୍‌ଟୋ ୮୦୦ର ବି ବିକ୍ରି ଜାରି ରଖିଛି, ଯାହାକି ଅନେକ ବର୍ଷ ଧରି ଗ୍ରାହକଙ୍କ ପସନ୍ଦ ରହିଆସିଛି।

ସମ୍ବନ୍ଧିତ ଖବର