ମହଙ୍ଗା ହେଲା ମାରୁତି କାର, ବିଭିନ୍ନ ମଡେଲର ମୂଲ୍ୟ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ପକ୍ଷରୁ ନିଜର ବିଭିନ୍ନ ମଡେଲର ଦରବୃଦ୍ଧି କରିବା ବିଷୟ ଘୋଷଣା କରାଯାଇଛି । ପ୍ରାୟ ୧୭ଶହ ଟଙ୍କାରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦରବୃଦ୍ଧି କରାଯିବ । ବିଭିନ୍ନ କଞ୍ଚାମାଲ ମହଙ୍ଗା ହେବା ଯୋଗୁଁ ଏହି ଦରବୃଦ୍ଧି କରାଯାଇଛି ବୋଲିି କମ୍ପାନି ସୂଚନା ଦେଇଛି । ଏହି ଦରବୃଦ୍ଧି ମାରୁତିର ଅଲଟୋ-୮୦୦ଠାରୁ ଆରମ୍ଭ କରି ପ୍ରିମିୟମ ମଡେଲ ଏସ୍‌-କ୍ରସ ପର୍ଯ୍ୟନ୍ତ ଲାଗୁ ହେବ । ଏହି ଦରବୃଦ୍ଧି ସମ୍ପର୍କରେ ମାରୁତି ପକ୍ଷରୁ ଗତ ଡିସେମ୍ବର ମାସରେ ଘୋଷଣା କରାଯାଇଥିଲା । ଗତ ବର୍ଷ ଜୁଲାଇଲେ ଦେଶରେ ଜିଏସଟି ଲାଗୁ ହେବା ପରେ କମ୍ପାନି ତରଫରୁ ଦର ହ୍ରାସ କରାଯାଇଥିଲା ।

କେବଳ ମାରୁତି ନୁହେଁ ଅନ୍ୟ କେତେକ କାର କମ୍ପାନି ଯଥା ଟାଟା ମୋଟର୍ସ, ହୋଣ୍ଡା, ମିହନ୍ଦ୍ରା ଓ ଟୟୋଟା ମଧ୍ୟ ଦର ବୃଦ୍ଧି କରିଛନ୍ତି । ଟାଟା ମୋଟର୍ସ ଗତ ଜାନୁୟାରୀ ୧ରୁ ନିଜର ବିଭିନ୍ନ ମଡେଲର ମୂଲ୍ୟ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ସମ୍ବନ୍ଧିତ ଖବର