ସିଟ ବେଲ୍ଟରେ ସମସ୍ୟା ହେତୁ ମାରୁତି ଫେରାଇନେବ ଏସବୁ କାର

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର ନିର୍ମାତା ମାରୁତି ସୁଜୁକି ଏହାର କେତେକ କାରକୁ ଫେରାଇନେବାକୁ ନିଷ୍ପତ୍ତି ନେଇଛି | ଏହି ଫେରସ୍ତ ତାଲିକାରେ ବ୍ରେଜା, ସିଆଜ୍, ଏର୍ଟିଗା, ଏକସେଏଲ୬ ଏବଂ ଗ୍ରାଣ୍ଡ୍ ଭିଟାରା ପରି ୯୧୨୫ ୟୁନିଟ୍ ମଡେଲ୍ ରହିଛି | ଏହି କାରଗୁଡିକ ନଭେମ୍ବର ୨ରୁ ୨୮ ନଭେମ୍ବର, ୨୦୨୨ ମଧ୍ୟରେ ତିଆରି ହୋଇଥିଲା | ଏହି କାରଗୁଡିକରେ ଯାତ୍ରୀମାନଙ୍କ ପାଇଁ ଦିଆଯାଇଥିବା ସୁରକ୍ଷା ବୈଶିଷ୍ଟ୍ୟଗୁଡିକର ତ୍ରୁଟି ହେତୁ ଏହି କାର ଫେରାଇନେବାକୁ କମ୍ପାନି ନିଷ୍ପତ୍ତି ନିଆଯାଇଛି | କମ୍ପାନିର ସୂଚନା ଅନୁଯାୟୀ, ଏହି ମଡେଲଗୁଡିକର ପ୍ରଥମ ଧାଡି ସିଟ୍ ବେଲ୍ଟର ଆଡଜଷ୍ଟର ଆସେମ୍ବଲିରେ ସମସ୍ୟା ହେଉଛି | ଏହି ସମସ୍ୟା, ଯାତ୍ରୀମାନଙ୍କ ପାଇଁ ସାଂଘାତିକ ବିପଦ ଆଣିପାରେ ବୋଲି ଜଣାପଡିଛି |

କାରଣ ସମସ୍ୟା ଯୋଗୁଁ ସିଟ୍ ବେଲ୍ଟ ଛିଡିଯିବାର ବିପଦ ରହିଛି। ଏହାକୁ ଠିକ୍ କରିବା ପାଇଁ ଏହି କାରଗୁଡିକୁ ଫେରାଇ ନିଆଯିବ | ଏନେଇ କମ୍ପାନି କହିଛି ଯେ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ଏହି ଯାନଗୁଡ଼ିକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛୁ। ଉଲ୍ଲେଖ ଥାଉ କି ଏହା ପ୍ରଥମ ଘଟଣା ନୁହେଁ | ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ମାରୁତି ସୁଜୁକି ଏହାର କିଛି କାରକୁ ଫେରାଇନେଇଥିଲା | କମ୍ପାନି ଚଳିତ ବର୍ଷ ଅଗଷ୍ଟରେ ଏହାର ସେଡାନ୍ କାର୍ ଡିଜାୟର ଟୁରର ୧୬୬ଟି ୟୁନିଟକୁ ଫେରାଇନେଇଥିଲା | ଏହି କାରଗୁଡିକରେ ସୁରକ୍ଷା ବୈଶିଷ୍ଟ୍ୟରେ ମଧ୍ୟ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା | ଏହି କାରର ଏୟାରବ୍ୟାଗ କଣ୍ଟ୍ରୋଲ ୟୁନିଟରେ କିଛି ସମସ୍ୟା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ କାରଗୁଡିକୁ ଫେରାଇ ନିଆଯାଇଥିଲା |

ସମ୍ବନ୍ଧିତ ଖବର